www.samajalive.in
Friday, December 5, 2025
20.1 C
Bhubaneswar

ଦଳ ପାଇଁ ଆସୁଥିଲା ୨୫ ଲକ୍ଷ, ଛଡ଼ାଇନେଲେ ଲୋକେ !

ଲକ୍ଷ୍ମୀପୁର: ନିର୍ବାଚନ ପୁର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଛି। ବିଜେଡିର ଏକ ପ୍ରଚାର ଗାଡିରେ ୨୫ ଲକ୍ଷ ଟଙ୍କା ବଣ୍ଟା ହେବାକୁ ଯାଉଥିବାବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଭାଲୁଜୋଡିଠାରେ ଲୋକମାନେ ତାହାକୁ ଛଡାଇନେଇଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା। ମାତ୍ର ବିଜେଡି ଏହାକୁ ଖଣ୍ଡନ କରିଛି। ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କୁଲେସିକାଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସେହିପରି ଶ୍ରୀ କୁଲେସିକା ସୀମା ଟପି ବିଜେଡି ପ୍ରାର୍ଥୀଙ୍କୁ ଆକ୍ଷେପ କରୁଥିବା ନେଇ ବିଜେଡିର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଗୋପାଳ ମହାନନ୍ଦିଆ ସ୍ଥାନୀୟ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଏକ ପ୍ରେସମିଟରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ପୋଡାଗଡ ହାଟରେ ବୁଏକ ନିର୍ବାଚନୀ ସଭାରେ ଶ୍ରୀ କୁଲେସିକା ଆରୋପ କରି କହିଥିଲେ ଯେ, ବିଜେଡି ପାଇଁ ୨୫ ଲକ୍ଷ ଟଙ୍କା ଆସୁଥିବା ବେଳେ ଲୋକେ ତାହାକୁ ଛଡାଇ ନେଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଜେଡି ପାଇଁ କୌଣସି ଆସୁ ନ ଥିଲା ବୋଲି ଶ୍ରୀ ମହାନନ୍ଦିଆ କହିଛନ୍ତି। ସେହିପରି କୁଲେସିକା ବର୍ତ୍ତମାନ ଯେଉଁ ଖଣିକୁ ବିରୋଧ କରୁଛନ୍ତି ସେଥିରୁ ସେ ହିଁ ଅଧିକ ଲାଭବାନ୍ ହୋଇଛନ୍ତି ବୋଲି ଶ୍ରୀ ମହାନନ୍ଦିଆ କହିଛନ୍ତି।

- Advertisement -

ଶ୍ରୀ କୁଲେସିକା କହିଛନ୍ତି, ବିଜେଡିକୁ ଏକ ଘରୋଇ କମ୍ପାନୀ ଟଙ୍କା ବାଣ୍ଟିବା ପାଇଁ ଦେଉଛି। ଯେଉଁ ୨୫ ଲକ୍ଷ ଟଙ୍କା ଲୋକମାନେ ନେଇଗଲେ ସେଥିରେ ବିଜେଡିର ବ୍ୟାନର ଓ ପୋଷ୍ଟର ଥିଲା। କିନ୍ତୁ କର୍ମୀମାନେ ତାହାକୁ ଫୋପାଡ଼ି ଦେଇଛନ୍ତି।

ସେହିପରି ଖଣି ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ କୁଲେସିକା କହିଛନ୍ତି, ବିଜେଡି ସମୟରେ ଖଣି ଖନନ ଆରମ୍ଭ ହୋଇଛି, କିନ୍ତୁ ଯେପରି ବିକାଶ ହେବା ତାହା ହୋଇନାହିଁ । ଲୋକମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇ ଖଣି ଖନନ ଆରମ୍ଭ ହୋଇଛି ବୋଲି ସେ କହିବା ସହିତ କେବେବି ଖଣି ଖନନକୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ଶ୍ରୀ କୁଲେସିକା।

ଦିନକ ପରେ ନିର୍ବାଚନ ଥିବାବେଳେ ବିଜେଡି-ବିଜେପି ମଧ୍ୟରେ ତୁତୁ ମେମେକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories