www.samajalive.in
Saturday, December 6, 2025
14.1 C
Bhubaneswar

କେଜ୍ରିୱାଲଙ୍କ ପାଖରେ ୨୦ ଦିନର ସମୟ; ଏହି ସିଟ୍‌‌ରେ କଣ ରହିବ ରଣନୀତି

ନୂଆଦିଲ୍ଲୀ: ୫୦ଦିନ ପରେ ଶୁକ୍ରବାର ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜେଲରୁ ବାହାରିବା ପରେ ଏବେ ତାଙ୍କର ଗୁରୁ ଦାୟିତ୍ୱ ହେଲା ନିର୍ବାଚନରେ ଦଳକୁ ବିଜୟୀ କରାଇବା। ନିର୍ବାଚନର ଗତ ତିନୋଟି ପର୍ଯ୍ୟାୟରେ କେଜ୍ରିୱାଲ ପ୍ରଚାର କରିପାରି ନ ଥିଲେ। ଏବେ ତାଙ୍କ ପାଖରେ ଦିଲ୍ଲୀ ସହିତ ଅନ୍ୟ କିଛି ରାଜ୍ୟରେ ପ୍ରଚାର କରିବାର ସୁଯୋଗ ରହିଛି। ଦିଲ୍ଲୀ ସହିତ ହରିୟାଣା ଏବଂ ପଞ୍ଜାବ ପାଇଁ ଜୋରଦାର ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି କେଜ୍ରିୱାଲ। ହରିୟାଣାର କୁରୁକ୍ଷେତ୍ର ଆସନ ଓ ପଞ୍ଜାବରେ ନିର୍ବାଚନ ପ୍ରଚାର କରିବେ କେଜ୍ରିୱାଲ। ପଞ୍ଜାବରେ ୧୩ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି ଆମ ଆଦମୀ ପାର୍ଟି। କେଜ୍ରିୱାଲ ଜେଲରୁ ବାହାରିବା ପରେ ଦଳ ପାଇଁ ପ୍ରଚାର କରିବା ଲାଭଦାୟକ ହୋଇପାରେ। ଦଳ ପକ୍ଷରୁ ମୋଟ ୨୨ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିମଧ୍ୟରୁ କେଜ୍ରିୱାଲଙ୍କ ବିନା ୪ଟିରେ ମତଦାନ ଶେଷ ହୋଇଛି। ଏବେ ୧୮ଟି ସିଟ ହାତେଇବାକୁ ଜୋରଦାର ପ୍ରଚାର କରିବେ ଅରବିନ୍ଦ କେଜ୍ରିୱାଲ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories