www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ମୁକାବିଲା : ଦିନକୁ ୨ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ଭାରତର ନୂଆ ରେକର୍ଡ

ନୂଆଦିଲ୍ଲୀ : କରୋନା ବୁକାବିଲା କ୍ଷେତ୍ରରେ ଏକ ବଡ଼ ସପଳତା ସ୍ବରୂପ  ଭାରତ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ କୋଭିଡ୍‍-୧୯ ନମୁନା ପରୀକ୍ଷା କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କରୋନା ସଂକ୍ରମଣ ଆରମ୍ଭରେ ଗୋଟିଏ ଦିନରେ ମାତ୍ର ୧୦୦ଟି ନମୁନା ପରୀକ୍ଷା କରାଯାଇ ପାରୁଥିଲା। ବର୍ତ୍ତମାନ ଦେଶରେ ମାତ୍ର ୩ ମାସ ସମୟ ମଧ୍ୟରେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇ ପାରୁଛି।

ବିଭିନ୍ନ ଅନୁଷ୍ଠାନ, ମେଡିକାଲ୍‍ କଲେଜ, ପରୀକ୍ଷାଗାର, ବିଭିନ୍ନ ମନ୍ତ୍ରଣାଳୟ, ବିମାନ ଚଳାଚଳ ସଂସ୍ଥା ଓ ଡାକ ସେବା ଟିମ୍‍ ଗୁଡ଼ିକର ଉତ୍ସର୍ଗୀକୃତ ସେବା ଯୋଗୁଁ ଏହା ସମ୍ଭବ ହୋଇଛି। କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଦେଶ ଏକ ଅତ୍ୟନ୍ତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ଏଭଳି ପରିସ୍ଥିତିର ଫଳପ୍ରଦ ମୁକାବିଲା ପାଇଁ କୋଭିଡ୍‍-୧୯ ନମୁନା ପରୀକ୍ଷା ଲାଗି ଆତ୍ମ ନିର୍ଭରଶୀଳ ହେବା ସକାଶେ ସରକାର ଦେଶୀୟ ଉତ୍ପାଦନକାରୀ ମାନଙ୍କୁ ନମୁନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ପଦାର୍ଥର ଉତ୍ପାଦନ କରିବାକୁ ଉତ୍ସାହିତ କରିଆସୁଛନ୍ତି।

- Advertisement -

ଗତ ଜାନୁଆରୀ ମାସରେ ଭାରତରେ ମାତ୍ର ଗୋଟିଏ କୋଭିଡ୍‍-୧୯ ପରୀକ୍ଷାଗାର ଥିଲା। ସେହି ପରୀକ୍ଷାଗାରଟି ପୁଣେ ସ୍ଥିତ ଜାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନରେ ରହିଥିଲା। ବର୍ତ୍ତମାନ ୧ହଜାର ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ କୋଭିଡ୍‍ -୧୯ ନମୁନା ପରୀକ୍ଷା କରାଯାଉଛି। ଭାରତୀୟ ଭେଷଜ ଗବେଷଣା ପରିଷଦ ନୂଆ ନୂଆ ପରୀକ୍ଷାଗାର ଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି। ଏ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀର ୧୨୩ଟି RT-PCR କିଟ୍‍ର ମୂଲ୍ୟାଙ୍କନ କରାଯାଇଛି। ଆଇସିଏମ୍‍ଆର୍‍ କଣ୍ଟେନମେଣ୍ଟ ଜୋନ୍‍ଗୁଡ଼ିକରେ RT-PCR ପରୀକ୍ଷା ସହିତ ର‍୍ୟାପିଡ୍‍ ଆଣ୍ଟିଜେନ୍‍ ପରୀକ୍ଷା
ପାଇଁ ସୁପାରିଶ କରିଛି। ଏହି କିଟ୍‍ ଯୋଗୁଁ ପରୀକ୍ଷାଗାର ବିନା ନମୁନାର ଶୀଘ୍ର ଯାଞ୍ଚ କରିହେବ। ଭାରତ ମଧ୍ୟ ଉଚ୍ଚମାନର ଏବଂ ଶସ୍ତାରେ ଉପଲବ୍ଧ ହେଉଥିବା ପରୀକ୍ଷା ସରଞ୍ଜାମ ଉତ୍ପାଦନ କରୁଛି। ଏହାଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ପରୀକ୍ଷା ସରଞ୍ଜାମ ଉପଲବ୍ଧ ହେବ। ଏହା ସତ୍ତ୍ବେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କ ପାଇଁ ନମୁନା ପରୀକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଦେଶର ବିଭିନ୍ନ ଭାଗରେ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ପାଇଁ ଆଇସିଏମ୍‍ଆର୍‍.
ଅନ୍ୟାନ୍ୟ ନମୁନା ପରୀକ୍ଷା ପଦ୍ଧତି ଅବଲମ୍ବନ କରିବାକୁ ପ୍ରସ୍ତାବ ଦେଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories