ବାପା କୋଳରୁ ଶିଶୁପୁତ୍ରକୁ ନେଇ ଚମ୍ପଟ୍ ମାରିଲା ମାଙ୍କଡ

0

କଟକ: ୧୫ ଦିନର ଶିଶୁପୁତ୍ରକୁ ବାପା କୋଳରୁ ଉଠାଇ ନେଇ ଚମ୍ପଟ୍ ମାରିଛି ମାଙ୍କଡ । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ତାଳବସ୍ତ ଗାଁରେ ଘଟିଛି । ଆଜି ସକାଳେ ଖୋଲା ଘରେ ବାପା କୋଳରେ ଶିଶୁପୁତ୍ରଟି ଶୋଇଥିବା ବେଳେ ଏକ ମାଙ୍କଡ ତାକୁ ଟେକି ନେଇଥିଲା । ଏହି ସମୟରେ ଶିଶୁଟିର ମା ଦେଖି ପାଟି କରିଥିଲେ ମଧ୍ୟ ଘଟଣାସ୍ଥଳରୁ ମାଙ୍କଡ ଚମ୍ପଟ ମାରିଥିଲା। ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଉକ୍ତ ମାଙ୍କଡ ଓ ଶିଶୁପୁତ୍ରଟିକୁ ଖୋଜାଖୋଜି କରିଥିଲେ ମଧ୍ୟ ଏଯାବତ୍ କିଛି ପତ୍ତା ମିଳିନାହିଁ । ଏହି ଘଟଣାକୁ ୫ ଘଣ୍ଟା ବିତି ଯାଇଥିବାରୁ ପରିବାରଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶିଶୁପୁତ୍ରଟିର ବାପା ଗ୍ରାଦେବୀଙ୍କ ନିକଟରେ ଗୁହାରିଆ ପଡିଛନ୍ତି ।

Leave A Reply