ତାଜମହଲରେ ବିଦେଶୀ ପର୍ଯଟକଙ୍କୁ ମାଙ୍କଡ଼ ଆକ୍ରମଣ

0

ନୂଆଦିଲ୍ଲୀ: ଅତିଥି ଦେବ ଭବଃ। ଏହି ପଂକ୍ତି ମାଙ୍ଗଡ଼ଙ୍କୁ ବୋଧ ହୁଏ ଜଣା ନଥିଲା। ତେଣୁ ତାଜମହଲ ବୁଲିବାକୁ ଆସିଥିବା ଦୁଇ ବିଦେଶୀ ପର୍ଯଟକଙ୍କ ଉପରେ ଅକସ୍ମାତ୍‍ ଆକ୍ରମଣ କରିଥିଲେ ଏକ ମାଙ୍ଗଡ଼ ଦଳ।
ନିକଟରେ ତାଜମହଲ ଓ ଏହାର ଆଖପାଖ ଅଞ୍ଚଳରେ ମାଙ୍ଗଡ଼ଙ୍କ ପ୍ରାଦ୍ୟୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏକାଧିକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଙ୍ଗଡ଼ଙ୍କୁ ଘଉଡ଼ାଇବା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା କମିବା ଅପେକ୍ଷା ବୃଦ୍ଧି ପାଇବାରେ ଲାଗିଛି। ଆଜି ଫ୍ରାନ୍ସରୁ ଆସିଥିବା ଜଣେ ମହିଳାଙ୍କ ଉପରେ ଅକସ୍ମାତ୍‍ ମାଙ୍ଗଡ଼ ଦଳ ଆକ୍ରମଣ କରିଥିଲେ। ମାଙ୍ଗଡ଼ଙ୍କୁ ଘଉଡ଼ାଇବାକୁ ଓ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫାନ୍ସ ନାଗରିକ ମଧ୍ୟ ମାଙ୍ଗଡ଼ଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ମାଙ୍ଗଡ଼ମାନେ ଉଭୟ ମହିଳା ଓ ପୁରୁଷଙ୍କ ଗୋଡ଼ରେ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ।

Leave A Reply