ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ଜାଗା ଦେବେ ସରକାର
ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପତ୍ର ମିଳିଥିଲା। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀ ଖଡଗେ ଏବଂ ଡକ୍ଟର ମନମୋହନ ସିଂହଙ୍କ ପରିବାରକୁ ଜଣାଇଥିଲେ ଯେ ସ୍ମାରକୀ ପାଇଁ ସରକାର ଜାଗା ପ୍ରଦାନ କରିବେ।
Comments are closed.