www.samajalive.in
Monday, December 15, 2025
15.1 C
Bhubaneswar

ଜନ ପ୍ରତିନିଧିମାନଙ୍କ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମୋହନା: ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ନବ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମବାୟ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋହନା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ । ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ମନ୍ତ୍ରୀ ନିଜ ନିଜର ବକ୍ତବ୍ୟ ରଖିବାକୁ କହିଥିଲେ ଓ ଜଣ ଜଣଙ୍କ ପ୍ରତିକ୍ରିୟା ଶୁଣିଥିଲେ । ସମସ୍ତଙ୍କ ପ୍ରତିକ୍ରିୟା ଶୁଣିବା ପରେ ମନ୍ତ୍ରୀ ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବିଜୁ ଜନତା ଦଳ ଆଗମୀ ଦିନରେ କିପରି ସୁଦୃଢ ହେବ ଓ ସରକାରଙ୍କ ସବୁ ଯୋଜନା ଘରେ ଘରେ ପହଞ୍ଚାଇ ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲାର ଦୁଇଟି ବିଧାନସଭା ଆସନକୁ ଅତି ସହଜରେ କିପରି ଅକ୍ତିଆର କରିପାରିବ ତାହା ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ । ଜିଲ୍ଲାକୁ କିପରି ଏକ ନମ୍ବର୍ କରିବା ସଂକଳ୍ପ ନେବାପାଇଁ କହିଥିଲେ ଓ  ଶିଳ୍ପପତି ତିରୁପତି ରାଓ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକରୁ ପ୍ରତିବର୍ଷ ୧୬ ଜଣ ପିଲାଙ୍କୁ ମାଗଣାରେ ଇଞ୍ଜିନିୟରିଙ୍ଗ ପାଠ ପଢ଼ାଇବା ସହିତ ଖାଇବା ଓ ରହିବା ପାଇଁ ସୁବିଧା କରିବାର ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ସମସ୍ତ ଦାୟିତ୍ଵ ନେଇଥିବା ବେଳେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୋହନାର ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ମୋହନା ସରପଞ୍ଚ ସୁନୀତା ମଳିକ, ଜିରାଙ୍ଗ ସରପଞ୍ଚ ପଦ୍ମିନୀ ଶବର ଓ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜୀବ ମଳିକଙ୍କ ସହ ନୂଆଗଡ ବ୍ଲକ ସୁନ୍ଦରଡ଼ାଙ୍ଗ ପଞ୍ଚାୟତର  ଖିଲିୟନ୍ ରଇତ, ଫର୍ନାଣ୍ଡ, ନୋସନ ରଇତ, ମସାକ ମାଝୀ, ସବିତ୍ ପରିଚ୍ଛାଙ୍କ ସହ ବହୁ କର୍ମୀ କଂଗ୍ରେସ ଓ ବିଜେପିରୁ ଆସି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories