www.samajalive.in
Monday, December 15, 2025
17.1 C
Bhubaneswar

ନବଜ୍ୟୋତି ଫୁଟବଲ ପ୍ରତିଯୋଗିତା, ଯଶିପୁର ଚମ୍ପିୟାନ

ପାଟଣା: ଘଟଗାଁ ବ୍ଲକ ଭୋଳବେଡ଼ା ପଞ୍ଚାୟତ ଆମ୍ବୁଆପଡ଼ା ଗ୍ରାମର ନବଜ୍ୟୋତି ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଫୁଟବଲ ପ୍ରତିଯୋଗିତାରେ ସାହାରପଡା ବ୍ଲକର ଜରକାଣିବେଡ଼ାକୁ ପରାସ୍ତ କରି ଯଶିପୁରର ଜଙ୍ଗଲି ଟାଇଗର ଦଳ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣ କାର୍ଯକ୍ରମରେ ଯୁବନେତା ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଓ ରଣଜିତ ନାୟକ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ସମାଜସେବୀ ଏସ .କେ ମୋବିନ୍, ଭୋଳବେଡ଼ା ସରପଞ୍ଚ ସନ୍ଧ୍ୟାରାଣୀ ନାୟକ, ସମିତି ସଭ୍ୟ ନଳିନୀ ମହାନ୍ତ, ସରାସପଶି ସରପଞ୍ଚ ଗଣେଶ୍ୱର ନାଏକ, ସାମାଜିକ କର୍ମୀ ଶଙ୍କର୍ଷଣ ବେହେରା ଓ ବିକ୍ରମ ଜେନା ପ୍ରମୁଖ ଯୋଗଦେଇ ବିଜେତା, ଉପବିଜେତା ଓ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥଲେ । ଯୁବକ ସଂଘର ଚୂଡାନ୍ତ ଖେଳକୁ ରାୟଧର ନାଏକ, ଯଶୋବନ୍ତ ମହାନ୍ତ ଓ ଭାଗବତ ପ୍ରସାଦ ନାୟକ ପରିଚାଳନା କରିଥିଲେ । ଯୁବକ ସଂଘର ସଭାପତି ଗୋପାଳ ନାଏକ ସମ୍ପାଦକ ଗଗନ ବିହାରୀ ମହାନ୍ତ, ରଜତ କୁମାର ନାୟକ, ବିଭୀଷଣ ନାଏକ ଓ ସତ୍ୟଜିତ ମହାନ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories