www.samajalive.in
Monday, December 15, 2025
16.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ୧୨ ଘଣ୍ଟା ପାଇଁ ବନ୍ଦ ପାଳନ କରୁଛି ଦେବଗଡ଼ ଜିଲ୍ଲା … ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ ବଜାର… କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳନ କରୁଛି ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘ… ବନ୍ଦ ରହିଛି ଦୋକାନ ବଜାର… ଗାଡ଼ି ଚଳାଚଳ ଠପ୍‌…

(୨) ବାଲେଶ୍ୱରକୁ ବୁଡ଼ାଉଛି ବନ୍ୟାପାଣି… ବାଲିଆପାଳ-କମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ… ଗଳାପୋଲ ନିକଟ ରାସ୍ତାରେ ଚାଲୁଛି ୩ଫୁଟ ପାଣି… ବନ୍ୟାଜଳ ଘେରରେ ରହିଛି ୨୫ଟି ଗାଁ… ହନ୍ତସନ୍ତ ହେଉଛନ୍ତି ଲୋକେ… ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ…

- Advertisement -

(୩) କମିଛି ବର୍ଷା ହେଲେ ବଢ଼ୁଛି ବନ୍ୟା ଦୁର୍ଦ୍ଦଶା… ଫୁଲିଲାଣି ସୁବର୍ଣ୍ଣରେଖା ନଦୀ… ରାଜଘାଟ ଓ ଜାମଶୋଳାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ… ସକାଳ ୬ଟା ସୁଦ୍ଧା ରାଜଘାଟରେ ୧୧.୯୦ ମିଟର ଓ ଜାମଶୋଳାରେ ପ୍ରବାହିତ ହେଉଛି ୫୦.୭୭ ଫୁଟ ପାଣି…

(୪) ବଢ଼ିଲାଣି ବୈତରଣୀ… ଆଖୁଆପଦା ନିକଟରେ ଧୀରେଧୀ​‌ରେ ବଢ଼ୁଛି ଜଳସ୍ତର… ଆଖୁଆପଦାରେ ଜଳସ୍ତର ୧୮.୨୬ଫୁଟ ରହିଥିବା ବେଳେ ବିପଦ ସଂକେତ ରହିଛି ୧୭.୮୩ ଫୁଟ…ସେପଟେ ମଥାନୀରେ ବି ଡରାଇଲାଣି ବନ୍ୟାପାଣି… ବିପଦ ସଂକେତ ୫.୫୦ ଫୁଟ, ଜଳସ୍ତର ରହିଛି ୬.୫୬ ଫୁଟ…

(୫) ରାଜ୍ୟରେ ସ୍ବାଭାବିକ ଠାରୁ ହୋଇଛି ଅଧିକ ବର୍ଷା… ଜୁନରୁ ବର୍ତ୍ତମାନ ସୁଦ୍ଧା ବର୍ଷିଛି ଅଧିକ ୧୫%… ବୌଦ୍ଧ ଓ କନ୍ଧମାଳ ସମେତ ୧୦ ଜିଲ୍ଲାରେ ପ୍ରବଳ କାଚିଛି… ଅନ୍ୟ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ନେଇ ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories