www.samajalive.in
Sunday, December 14, 2025
19.1 C
Bhubaneswar

ଲୋକାର୍ପଣ ପୂର୍ବରୁ ଦବିଲା ହାତୀ ନଦୀ ପାତ୍ରବସା ଘାଟ ପୋଲ

କଲମପୁର: ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ହାତୀ ନଦୀ ଚୀର ସ୍ରୋତା । ଏହି ହାତୀ ନଦୀ ଦ୍ୱାରା କଲମପୁର ବ୍ଲକ ଦୁଇ ଭାଗରେ ବିଭକ୍ତ ହେଇଥିଲା । ବର୍ଷକ ୪ ମାସ ପରିବର୍ତ୍ତେ ୧୨ ମାସ ହାତୀ ନଦୀରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ବଳକା ପାଣି ପ୍ରବାହିତ ହେବାରୁ ଲୋକେ ଯାତାୟାତ ପାଇଁ ଦେଶୀ ଡଙ୍ଗା ଉପରେ ଭରସା କରୁଥିଲେ । ଅନେକ ସମୟରେ ଡଙ୍ଗାବୁଡି ଭଳି ଘଟଣା ଯୋଗୁଁ ଜନ ଜୀବନ ପ୍ରତି ବିପଦ ରହୁଥିଲା । ତେଣୁ ହାତୀ ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା ପରେ ପ୍ରଥମେ ହାତୀ ନଦୀର କର୍ମେଲ ଡଙ୍ଗରୀଗୁଡା ଘାଟ ଠାରେ ଏକ ପୋଲ ନିର୍ମାଣ କରାଯାଇଥିଲା ।

ଏହାର ପରବର୍ତ୍ତୀ ସମୟରେ ୨୦୧୪/୧୫ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରୁ ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ହାତୀ ନଦୀର ପାତ୍ରବସା ଘାଟ ଠାରେ ଅନ୍ୟ ଏକ ପୋଲ ନିର୍ମାଣ କାର୍ଯ୍ୟ ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଜନ ତରଫରୁ ଆରମ୍ଭ ହେଇଥିଲା । କିନ୍ତୁ ପରିତାପର ବିଷୟ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଦୀର୍ଘ ୭ ବର୍ଷ ବିତି ସାରିଥିଲେ ମଧ୍ୟ ଲୋକାର୍ପଣ ହେଇ ପାରିନାହିଁ । ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଇ ସାରିଛି କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲ ସହିତ ସଂଯୋଗ ହେଉଥିବା ରାସ୍ତା ଦବିଯାଇ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି ।

- Advertisement -

ଏହି ଘାଟରେ ପୋଲ ନିର୍ମାଣ ହେବା ଦ୍ୱାରା ପଡୋଶୀ ଆନ୍ଧ୍ର ପ୍ରଦେଶ, ରାୟଗଡା ଜିଲ୍ଲା, ଥୁଆମୂଳ ରାମପୁର ଅଞ୍ଚଳର ଲୋକ ଜୟପାଟଣା, କୋକସରା ନବରଙ୍ଗପୁର ଓ ଛତିଶଗଡ ରାଜ୍ୟର ରାୟପୁର ଓ ଜଗଦଲପୁର ସହ ଯାତାୟାତର ସୁବିଧା ପାଇ ପାରିବେ । କିନ୍ତୁ ଲୋକାର୍ପଣ ହେବା ପୂର୍ବରୁ ଏଭଳି ରାସ୍ତା ଦବିଯିବା ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories