www.samajalive.in
Sunday, December 14, 2025
19.1 C
Bhubaneswar

ଚୋରି ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତ ଗିରଫ  

ଗୋପାଳପୁର: ଗୋଳନ୍ଥରା ପୁଲିସ ପକ୍ଷରୁ ଗତ ୨ ତାରିଖରେ ଚୋରି ଅଭିଯୋଗରେ  ୪ ଜଣିଆ ଚୋରା ଦଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ଗୋଳନ୍ଥରା ପୁଲିସ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ କନିସି ହାଟ ଅଞ୍ଚଳର ଲକ୍ଷ୍ମୀ କାନ୍ତ ମହାରଣା ବୋଲି ପୁଲିସ ସୂଚନା ଦେଇଛି । ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୩ ତାରିଖରେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନେହରୁ ନଗର ୨ୟ ଲେନ ନିବାସୀ ବସନ୍ତ କୁମାର ପଣ୍ଡାଙ୍କ ଦୂବପଲ୍ଲୀ ଠାରେ ନିର୍ମାଣଧୀନ କୋଠା ପରିସରରୁ ତାଲା ଭାଙ୍ଗି ଗୋଟିଏ ଲୁହାଗ୍ରିଲ ଓ ଦୁଇଟି ପାଣି ପମ୍ପ ଚୋରି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାକୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା । ଏହା ମଧ୍ୟରେ ପୁଲିସ ପକ୍ଷରୁ ଘରକାମରେ ନିୟୋଜିତ ରହିଥିବା ମିସ୍ତ୍ରୀ ନିରଞ୍ଜନ ସେଠୀକୁ ପୁଲିସ ସନ୍ଦେହରେ ଆଣି ପଚରାଉଚରା କରିବା ସମୟରେ ସେ ଓ ତାହାର କିଛି ସାଙ୍ଗ ମିଶି ଚୋରି କରିଥିବା ସ୍ବିକାର କରିଥିଲା । ଏହାକୁ ଆଧାର କରି ପୁଲିସ ପକ୍ଷରୁ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବା ସହ ୨୬୯/୨୨ ରେ ଏକ ମାମଲା ରୁଜୁ  ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି  ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଲକ୍ଷ୍ମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories