www.samajalive.in
Monday, December 15, 2025
15.1 C
Bhubaneswar

ଧସିଲା ପାହାଡ଼, ଭୁଶୁଡ଼ିଲା ପୋଲ; ବାହ୍ୟଜଗତରୁ ବିଚ୍ଛିନ୍ନ ପାରିଗଡ଼ ପଞ୍ଚାୟତ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତମଗଡ଼ ଠାରୁ କୋଟଗଡ଼ ବ୍ଲକ ପାରିଗଡ଼ ଗ୍ରାମକୁ ସଂଯୋଗ କରୁଥିବା ଦୂତିମେଣ୍ଡି ପୋଲ ଗତ ଦୁଇ ଦିନ ପୂର୍ବେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି । ଏହି ପୋଲ ୨୫ବର୍ଷ ପୁରୁଣା ହୋଇଥିବା ଯୋଗୁଁ ବନ୍ୟା ଜଳରେ ଭାଙ୍ଗି ଯାଇଥିବା ଗ୍ରାମବାସୀ ଅଙ୍ଗଦ ପ୍ରଧାନ କହିଛନ୍ତି ।

ଟେକ୍ଳାଆ ମିଲା, ସାର୍ କିଙ୍ଗିଆ, ମଣ୍ଡଲ ଜିଡ଼ି, ପାରିଗଡ଼ ପଦା ସାହି, ବୁତୁମିଲା, ଗଞ୍ଜୁଗୁଡ଼ା, ଲାଞ୍ଜାମୀ, ବରିକିଆ, ହତଗାଁ, ଜାରଗୀ ଗୁଡ଼ା, ବାଲିଗାଡ଼ା, ସିଞ୍ଜାକୁଟି ଓ ସିର୍ଲା ପଞ୍ଚାୟତ ବୁଡାକାମ୍ଵା, ଯାନାଙ୍ଗାଡ଼ା, ସପେଲି, ଯଡିକମୁଣ୍ଡା, ଗୁଡ୍ରି, ଏହି ଗ୍ରାମଗୁଡିକ ବାହ୍ୟା ଜଗତରୁ ବିଚ୍ଛିନ୍ନ ହୋଇଛି । ଫଳରେ ସାଧାରଣତଃ ଲୋକ ଡାକ୍ତରଖାନା ଏବଂ ଆବଶ୍ୟକ ସମାଗ୍ରୀ ଗୁଡ଼ିକ କୁର୍ତ୍ତମଗଡ଼ ବଜାରରୁ ଆଣିନପାରି ହଇରାଣ ହରକତ ହେଉଛନ୍ତି । ଏହା ସହ ଟେକ୍ଳାଆ ମିଲାଘାଟି ରାସ୍ତାରେ ପାହାଡ଼ ଧସିବା ସହ ରାସ୍ତା ପାର୍ଶ୍ବରେ ନିର୍ମାଣ ହୋଇଥିବା ଗାର୍ଡ଼ ୱାଲ୍ ଭାଙ୍ଗି ରାସ୍ତାରେ ଗର୍ତ୍ତ ହୋଇଛି । ଏହି ପରିପେକ୍ଷିରେ ଏହି ରାସ୍ତା ଦେଇ ଅଟୋ କିମ୍ବା ଚାରି ଚକିଆ ଗାଡ଼ି ଯାତାୟାତ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପୋଲ ଓ କଲଭର୍ଟ ରାସ୍ତା ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ  ଅଙ୍ଗଦ ପ୍ରଧାନ, ପ୍ରାନ୍ଞ୍ଚିସ୍ ପ୍ରଧାନ, ଗାୟନ ବଳିୟାର ସିଂ, ନିଲୁ ବଳିଆର ସିଂ, ରମାକାନ୍ତ ବଳୀଆର୍ ସିଂ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories