ବୌଦ୍ଧ: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସକାଳ ୧୦ଟା ୫୪ ମିନିଟରୁ ୧୧ଟା ୧୦ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ । ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କୀତ ମତାମତ ନିଆଯିବା ପରେ ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ନେଇ ପଣ୍ଡିତ ସିଦ୍ଦେଶ୍ୱର ଯୋଶୀ ସୂଚନା ଦେଇଥିଲେ ।
ମା’ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ପରମ୍ପରା ପ୍ରକାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ଭକ୍ତମାନଙ୍କୁ ନବାନ୍ନ ଭୋଗ ବିତରଣ କରାଯିବ । ଏହି ଅବସରରେ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ମଧୁସୂଦନ ମିଶ୍ର, ପୂଜକ ସାନନ୍ଦ ବଡମାଳି, ହରିହର ବଡମାଳି, ବିଭୂତି ବଡମାଳି, ତରଣୀ ବଡମାଳି, ଏକା ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ସୂର୍ଯ୍ୟ ଶତପଥୀ, ସଂପଦ ଅଗ୍ରୱାଲା, ଫକିର ଘଢ଼େଇ, ଅମର ସାହୁ, ମିଥୁନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।



