www.samajalive.in
Sunday, December 14, 2025
19.1 C
Bhubaneswar

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆନ୍ଦୋଳନ ଜୋରଦାର ହେବ: ସଂଘର୍ଷ ସମିତି

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଯେଉଁଭଳି ଭାବରେ ଧିମା ଗତିର ଚାଲିଛି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପାଇଁ ଆହୁରି କେତେ ଦଶନ୍ଧୀ ଲାଗିଯିବ । ରାଜ୍ୟ ସରକାରଙ୍କ ଉଦାସିନତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ନିରବତା ଯୋଗୁଁ ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେବା ନେଇ ଏକ ଅନିଶ୍ଚିତତା ଦେଖାଦେଇଛି । ସରକାର ନିର୍ବାଚନ ଆସିଲେ କେବଳ ଏହି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇ ପରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଅଣଦେଖା କରିଚାଲିଛନ୍ତି । ଆଜିକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ପାଇଁ ସଂପୂର୍ଣ୍ଣ ଜମି ଅଧିଗ୍ରହଣ କାର୍ଯ୍ୟ କିମ୍ବା ବାକିଥିବା କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରୁନାହିଁ ।

ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ ଥିବା ଜଙ୍ଗଲ ଜମିର ଅନୁମତି ମିଳିପାରିନାହିଁ । କେବଳ କିଛି ମାଟି କାମ କରାଯାଇ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କ୍ଷୀପ୍ର ଗତିରେ ଚାଲିଥିବା ନେଇ ଅଞ୍ଚଳବାସୀଙ୍କୁ କେବଳ ଭୁଆଁ ବୁଲାଇ ଆସୁଛନ୍ତି ବୋଲି ବଲାଙ୍ଗୀର ଓ ବୌଦ୍ଧର ମିଳିତ ବୈଠକରେ ଆଲୋଚନା କରାଯାଇ ସରକାରଙ୍କ ଏହିଭଳି ନିତି ଓ ରାଜନେତାଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଇବା ଉପରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉଭୟ ଜିଲାର ସାମାଜିକ କର୍ମୀ, ସାମ୍ବାଦିକ, ଓକିଲ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ସମ୍ମିଳିତ ଭାବେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଗଠନ କରି ଆନ୍ଦୋଳନକୁ ଜୋରଦାର କରାଯିବା ପାଇଁ ସଂକଳ୍ପ କରିଥିବା ଜଣାପଡିଛି ।

- Advertisement -

ଏହି ସମିତିର ଆବାହକ ଭାବରେ ବଲାଙ୍ଗୀରର ଗୋପାଲଜୀ ପାଣିଗ୍ରାହୀଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିବା ବେଳେ ବୌଦ୍ଧ ଜିଲା ସଂଯୋଜକ ଭାବରେ ବିଶ୍ୱେଶ୍ୱର ପୃଷ୍ଟି, ବଲାଙ୍ଗିର ଜିଲା ସଂଯୋଜକ ଭାବରେ ଭବାନୀ ଶଙ୍କର ଶତପଥୀଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ବୈଠକରେ ସୁବର୍ଣ୍ଣପୁର ଓ ଦଶପଲ୍ଲା ପାଇଁ ସଂଯୋଜକଙ୍କ ନାମ ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି କମିଟି ପକ୍ଷରୁ ଏକ ଦାବିପତ୍ର ଜଙ୍ଗଲ ବିଭାଗ ପିସିସିଏଫ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଶୀଘ୍ର ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକୀୟ ଜଙ୍ଗଲ ଜମି ଅଧିଗ୍ରହଣ ଅନୁମତି ପାଇଁ ଦାବି କରବା ସହିତ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବାକୁ ଆଲୋଚନା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଆବଶ୍ୟକ ପଡିଲେ ପୁଣିଥରେ ଏହି ପ୍ରକଳ୍ପ ପାଇଁ ଅଞ୍ଚଳବାସୀମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି ସଂଘର୍ଷ ସମିତି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ମିଳିତ ବୈଠକରେ ବଲାଙ୍ଗୀର ଜିଲାର ଗୋପ ଭୂଷଣ ନାଥ, ପ୍ରଭାକର ମିଶ୍ର, ହରେକୃଷ୍ଣ ପଟେଲ, ରବି ଖମାରୀ, ବିନୋଦ କୁମାର କାଲସାଏ, ପ୍ରମୋଦ ସାହୁ, ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ୍ବର ଦାଶ, ମୁନା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ସେହିପରି ବୌଦ୍ଧରୁ ଜିଲା ବିଜେପି ସଭାପତି ବୀପ୍ର ଚରଣ ମହାନ୍ତି, ପ୍ରଦୋଷ କୁମାର ମିଶ୍ର, ଶ୍ରମିକ ନେତା ଲୋକନାଥ ଶତପଥୀ, ଦୁର୍ଯ୍ୟଧନ ବିଶି, ବିଧାନବଳ, ରଘୁନାଥ ଷଡଙ୍ଗୀ, ସତ୍ୟନାରାୟଣ ପାଣି, ସଞ୍ଜୀବ ମହାକୁଳଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ଏହି ସଂଘର୍ଷ ସମିତିର ସଂପୂର୍ଣ୍ଣ ବୈଠକ ବଲାଙ୍ଗିରଠାରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲଢେଇ କରିବ ବୋଲି ଆବାହକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । .

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories