www.samajalive.in
Sunday, December 14, 2025
19.1 C
Bhubaneswar

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ଘର; ବାସହରା ହେଲେ ୨ ପରିବାର

କଲ୍ୟାଣସିଂହପୁର: ଲଗାଣ ବର୍ଷା ଯୋଗୁଁ ବେହାଲ ରାୟଗଡା ଜିଲ୍ଲାର ପୁରପଲ୍ଲୀ । ଦୀର୍ଘ ୨ ମାସ ହେବ ଅନବରତ ଭାବେ ବର୍ଷା ହେବାଯୋଗୁ ଗାଁ ଘର ମାନଙ୍କରେ ଝର, ରାସ୍ତା ଘାଟରେ ପାଣି ସାଙ୍ଗକୁ କେତେକଙ୍କ ଘର କାନ୍ଥ ପଡି ଯାଇଥିବା ଖବର ଗରିବ ଲୋକଙ୍କୁ ବାସହରା କରିଛି। ଏହିଭଳି ଖବର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ସଦର ମହକୁମାର ପ୍ରହ୍ଲାଦ ଚିନ୍ଦା ଓ ଦୁର୍ଲ୍ଲଭ ଚିନ୍ଦାଙ୍କ ଘର ।

ତାଙ୍କର ଝାଟିମାଟି ଘର କରି ୨ ପରିବାରର ୧୨ ଜଣ ସଦସ୍ୟ ବାସ କରନ୍ତି । ତାଙ୍କ ପରିବାରରେ କେହିବି ଚାକିରିଆ ନଥିବା ବେଳେ ସମସ୍ତେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରନ୍ତି। ଗତ ମଧ୍ୟାହ୍ନ ସମୟରେ ଖାଇ ସାରି ବସିରହିଥିବା ବେଳେ  ଘର ଉପରେ ରହିଥିବା ଛପର ସମ୍ପୂର୍ଣ୍ଣ ଭାବେ ପଡି ଯାଇଥିଲା, ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨ ପରିବାର । ହଠାତ ଶବ୍ଦ ଶୁଣି ସମସ୍ତେ ଘରୁ ବହାରିଯାଇ ପିଲା ମାନଙ୍କ ସହ ନିକଟସ୍ଥ ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ ।  ବର୍ଷା ଜନିତ ପ୍ରକୋପ ଗରିବଙ୍କୁ ପ୍ରାୟ ମ୍ରିୟମାଣ କରି ସାରିଛି ତାହା ଏହି ଚିତ୍ରରୁ ସ୍ୱଷ୍ଟ ବାରି ହେଉଛି । ଏ ଖବର ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ଦୁର୍ଲ୍ଲଭ ଓ ପ୍ରହ୍ଲାଦଙ୍କ ପରିବାର ଲୋକେ ।

- Advertisement -

ଏଠି ଏକ ବିଷୟକୁ ଧ୍ୟାନ ଦିଆଯାଉ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା କାହାପାଇଁ ଯାହା ଗରିବଙ୍କ ପାଇଁ ୨୦୨୨ ସୁଦ୍ଧା ସମସ୍ତଙ୍କ ପକା ଘର ଯୋଗାଇଦେବା କଥା ଏହି ଘଟଣାରୁ ଜଣା ପଡୁଛି କାଗଜ କଲମରେ ଅଲଗା ଓ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଅଟେ। ଯଦି ସେହି ଛପର ବାହାରକୁ ନପଡି ଭିତର ପଟକୁ ପଡି ଥାନ୍ତା ତାହେଲେ ବଡ଼ ଧରଣର ଅଘଟଣ ଘଟି ପାରିଥାନ୍ତା, ତେଣୁ ସରକାର ତଦନ୍ତ କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଆବାସ ଗୃହ ଯୋଗାଇ ଦେବାକୁ ଦାବୀ ହେଉଛି। ଏହାପରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିସିକାଙ୍କୁ ଯୋଗାଯୋଗ କରିବାରୁ  ବିପ୍ପନ୍ନ ପରିବାରଙ୍କ ପାଖରେ ପହଞ୍ଚି ନିଜ ସମ୍ବଳ ଅନୁଯାୟୀ ସହାୟତା ଯୋଗାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories