www.samajalive.in
Monday, December 15, 2025
16.1 C
Bhubaneswar

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ଘର; ବାସହରା ହେଲେ ୨ ପରିବାର

କଲ୍ୟାଣସିଂହପୁର: ଲଗାଣ ବର୍ଷା ଯୋଗୁଁ ବେହାଲ ରାୟଗଡା ଜିଲ୍ଲାର ପୁରପଲ୍ଲୀ । ଦୀର୍ଘ ୨ ମାସ ହେବ ଅନବରତ ଭାବେ ବର୍ଷା ହେବାଯୋଗୁ ଗାଁ ଘର ମାନଙ୍କରେ ଝର, ରାସ୍ତା ଘାଟରେ ପାଣି ସାଙ୍ଗକୁ କେତେକଙ୍କ ଘର କାନ୍ଥ ପଡି ଯାଇଥିବା ଖବର ଗରିବ ଲୋକଙ୍କୁ ବାସହରା କରିଛି। ଏହିଭଳି ଖବର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ସଦର ମହକୁମାର ପ୍ରହ୍ଲାଦ ଚିନ୍ଦା ଓ ଦୁର୍ଲ୍ଲଭ ଚିନ୍ଦାଙ୍କ ଘର ।

ତାଙ୍କର ଝାଟିମାଟି ଘର କରି ୨ ପରିବାରର ୧୨ ଜଣ ସଦସ୍ୟ ବାସ କରନ୍ତି । ତାଙ୍କ ପରିବାରରେ କେହିବି ଚାକିରିଆ ନଥିବା ବେଳେ ସମସ୍ତେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରନ୍ତି। ଗତ ମଧ୍ୟାହ୍ନ ସମୟରେ ଖାଇ ସାରି ବସିରହିଥିବା ବେଳେ  ଘର ଉପରେ ରହିଥିବା ଛପର ସମ୍ପୂର୍ଣ୍ଣ ଭାବେ ପଡି ଯାଇଥିଲା, ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨ ପରିବାର । ହଠାତ ଶବ୍ଦ ଶୁଣି ସମସ୍ତେ ଘରୁ ବହାରିଯାଇ ପିଲା ମାନଙ୍କ ସହ ନିକଟସ୍ଥ ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ ।  ବର୍ଷା ଜନିତ ପ୍ରକୋପ ଗରିବଙ୍କୁ ପ୍ରାୟ ମ୍ରିୟମାଣ କରି ସାରିଛି ତାହା ଏହି ଚିତ୍ରରୁ ସ୍ୱଷ୍ଟ ବାରି ହେଉଛି । ଏ ଖବର ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ଦୁର୍ଲ୍ଲଭ ଓ ପ୍ରହ୍ଲାଦଙ୍କ ପରିବାର ଲୋକେ ।

- Advertisement -

ଏଠି ଏକ ବିଷୟକୁ ଧ୍ୟାନ ଦିଆଯାଉ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା କାହାପାଇଁ ଯାହା ଗରିବଙ୍କ ପାଇଁ ୨୦୨୨ ସୁଦ୍ଧା ସମସ୍ତଙ୍କ ପକା ଘର ଯୋଗାଇଦେବା କଥା ଏହି ଘଟଣାରୁ ଜଣା ପଡୁଛି କାଗଜ କଲମରେ ଅଲଗା ଓ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଅଟେ। ଯଦି ସେହି ଛପର ବାହାରକୁ ନପଡି ଭିତର ପଟକୁ ପଡି ଥାନ୍ତା ତାହେଲେ ବଡ଼ ଧରଣର ଅଘଟଣ ଘଟି ପାରିଥାନ୍ତା, ତେଣୁ ସରକାର ତଦନ୍ତ କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଆବାସ ଗୃହ ଯୋଗାଇ ଦେବାକୁ ଦାବୀ ହେଉଛି। ଏହାପରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିସିକାଙ୍କୁ ଯୋଗାଯୋଗ କରିବାରୁ  ବିପ୍ପନ୍ନ ପରିବାରଙ୍କ ପାଖରେ ପହଞ୍ଚି ନିଜ ସମ୍ବଳ ଅନୁଯାୟୀ ସହାୟତା ଯୋଗାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories