ପାଟଣା: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପବନ ପ୍ରଭାବରେ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ବଡ଼ବିଲ ପଞ୍ଚାୟତ ସେହି ଗ୍ରାମର ଜୟଦେବ ନାଏକଙ୍କ ଘର ଉପରେ ଶନିବାର ସନ୍ଧ୍ୟା ସମୟରେ ଘରକୁ ଲାଗିଥିବା ଏକ ବଡ଼ ଶିଶୁ ଗଛ ରୋଷେଇ ଘର ଉପରେ ଖସି ପଡ଼ିଥିଲା । ସେହି ସମୟରେ ତାଙ୍କ ସ୍ତ୍ରୀ ସୁଲୋଚନା ନାଏକ ଏବଂ ୨ ଛୁଆ ରୋଷେଇ ଘରେ ରୋଷେଇ ଘରେ ଥିଲେ । କିଛି ଶବ୍ଦ ଶୁଣି ରୋଷେଇ ଘରୁ ୨ ଛୁଆଙ୍କୁ ଧରି ବାହାରକୁ ବାହାରି ଯାଇଥିଲେ । ତେବେ ୨ ଛୁଆ ଏବଂ ସୁଲୋଚନା ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏନେଇ ଖବର ପାଇବା ପରେ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବା ସହିତ ଯଥା ଶୀଘ୍ର ସରକାରୀ ସହାୟତାରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।
Popular Categories



