ମୋହନା ବ୍ଲକ ଅଧ୍ୟକ୍ଷ ହେଲେ ରଞ୍ଜିବ ଶବର
ମୋହନା: ଗଜପତି ଜିଲା ମୋହନା ସମିତିର ଅଧ୍ୟକ୍ଷ ଭାବେ ରଞ୍ଜିବ ଶବର ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କାର୍ତ୍ତିକ ଶବରଙ୍କ ଠାରୁ ୧୭ଟି ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସମିତି ଅଧ୍ୟକ୍ଷ ନିର୍ବାଚନରେ ୩୯ ଜଣ ସମିତି ସଭ୍ୟ ଭୋଟ ଦେଇଥିଲେ। ସେଥିମଧ୍ୟରୁ ୨୮ଟି ଭୋଟ ରଞ୍ଜିବ ଶବରଙ୍କୁ ମିଳିଥିବାବେଳେ ୧୧ଟି ଭୋଟ କାର୍ତ୍ତିକ ଶବରଙ୍କୁ ମିଳିଥିଲା। ଫଳରେ ରଞ୍ଜିବ ଶବର ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି ବୋଲି ଜିପିଇଓ ନରସିଂହ ମଣ୍ଡାଙ୍ଗୀ ଘୋଷଣା କରିଥିଲେ।
ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ତପସ୍ବିନୀ ହାଁସଦା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି।
Comments are closed.