www.samajalive.in
Monday, December 15, 2025
24.1 C
Bhubaneswar

ଜୋଜିଲା ସୁଢ଼ଙ୍ଗ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କଲେ ମୋଦି

ଲେହ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀର ଗସ୍ତ ଅବସରରେ ଶନିବାର ଏସିଆ ମହାଦେଶର ଦୀର୍ଘତମ ଜୋଜିଲା ସୁଢ଼ଙ୍ଗ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ୍ କରିଛନ୍ତି। ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ବିନିଯୋଗ ହେବାକୁ ଥିବା ୨୫ହଜାର କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପ ରାଜ୍ୟବାସୀଙ୍କ ପ୍ରତି ଭାରତ ସରକାରଙ୍କ ନିଷ୍ଠାର ନିଦର୍ଶନ ବୋଲି ମୋଦି କହିଛନ୍ତି। ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପ୍ରାୟ ସାଢ଼େ ୧୧ହଜାର ଫୁଟ ଉଚ୍ଚରେ ଥିବା ଏହି ୧୪କିମି ଦୀର୍ଘ ସୁଢ଼ଙ୍ଗ ଲେହକୁ ସମଗ୍ର ଦେଶ ସହିତ ସଂଯୁକ୍ତ କରିବ। ବରଫପାତ ସମୟରେ ଲଦାଖ ଅଞ୍ଚଳ ଆଉ ଅଲଗା ହୋଇଯିବ ନାହିଁ ବୋଲି ସେ କହିଛନ୍ତି। ବୌଦ୍ଧ ଗୁରୁ କୁଶକ ବକୁଳ ରିନ୍‌ପୋଚେଙ୍କ ଜନ୍ମ ଶତବାର୍ଷିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲେହକୁ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଗସ୍ତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରମଜାନ ଅବସରରେ କାଶ୍ମୀର ଉପତ୍ୟକାରେ ଅସ୍ତ୍ରବିରତି ଘୋଷଣା କରାଯିବା ପରେ ମୋଦି ଶନିବାର ଏହି ରାଜ୍ୟ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ, ଜିତେନ୍ଦ୍ର ସିଂହ ପ୍ରମୁଖଙ୍କ ସହିତ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଗସ୍ତ କାଳରେ ମୋଦି କାଶ୍ମୀରର ଗୁରେଜ ଅଞ୍ଚଳରେ ଥିବା ୩୩୦ ମେଗାୱାଟ୍‌ ବିଶିଷ୍ଟ କିଶନଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି। ଏହାଛଡ଼ା ୪୨କିମି ଦୀର୍ଘ ଶ୍ରୀନଗର ରିଂ ରୋଡ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ମୋଦି କାଶ୍ମୀର ଉପତ୍ୟକାର ଯୁବକମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଷ୍ଟ୍ରୀୟ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଛି ବୈଦେଶିକ ଶକ୍ତି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ସହ ଦେଶର ବିକାଶ ମାର୍ଗକୁ ରୋକିବା ପ୍ରୟାସ କରୁଛନ୍ତି। କାଶ୍ମୀର ଯୁବକଙ୍କୁ ବିପଥଗାମୀ କରାଉଛନ୍ତି। ଏହାକୁ ପ୍ରତିହତ କରାଯିବା ଆବଶ୍ୟକ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories