www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଶାକୁ କରାଯିବ ସର୍ବଶ୍ରେଷ୍ଠ

ଭୁବନେଶ୍ୱର : ରାଜ୍ୟରେ ଆକାଂକ୍ଷୀ ଜିଲାଗୁଡିକରେ କି ପ୍ରକାର ଯୋଜନା କିଭଳି କାର୍ଯ୍ୟକାରୀ ହେବ ଏବଂ ଅବହେଳିତ ଲୋକେ ଏହାର ସୁଫଳ ପାଇବେ ସେନେଇ ‘ନିତି’ ଆୟୋଗ ସିଇଓ ଅମିତାଭକାନ୍ତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ୧୦ଟି ଆକାଂକ୍ଷା ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରି ଓଡ଼ିଶାକୁ ସର୍ବଶ୍ରେଷ୍ଠ କରାଯିବ ବୋଲି ଶ୍ରୀ ଅମିତାଭ କାନ୍ତ କହିଛନ୍ତି।
ଶ୍ରୀ କାନ୍ତ କହିଛନ୍ତି ଯେ ଆକାଂକ୍ଷା ଜିଲାଗୁଡିକ ବିକାଶ କାର୍ଯ୍ୟ ସମୀକ୍ଷା ପାଇଁ ୪୯ ନମ୍ବରର ଏକ ଇଣ୍ଡିକେଟର ଧାର୍ଯ୍ୟ କରାଯାଇଛି। ଯେଉଁ ଜିଲା ଏହି ସଂଖ୍ୟା ତଳକୁ ରହିବେ ସେଠାରେ ବିକାଶ ଠିକ୍‍ ହୋଇନାହିଁ ବୋଲି ଧରାଯିବ। ତେବେ ମୁଖ୍ୟତଃ ଚାରୋଟି ଦିଗ ଉପରେ ବିକାଶର ମାନଦଣ୍ଡ ସ୍ଥିର କରାଯିବ। ଶିକ୍ଷା ପାଇଁ ୩୦ମାର୍କ ରହିଥିବାବେଳେ ସ୍ୱାସ୍ଥ୍ୟପାଇଁ ୩୦ ମାର୍କ, କୃଷି ପାଇଁ ୨୦ ମାର୍କ, ଆର୍ଥିକ ପରିଚାଳନା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ଲାଗି ୧୦ପ୍ରତିଶତ ଲେଖାଏଁ ମାର୍କ ଦିଆଯିବ। ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କିଭଳି ସରଳ ଉପାୟରେ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ୧୬ଟି ପ୍ରସ୍ତାବ ଦେଇଛନ୍ତି। ସେଥିମଧ୍ୟରେ ପାନୀୟଜଳ, ପରିମଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ବିଭିନ୍ନ ଦିଗ ରହିଛି। ଏହାସହିତ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥରେ ରାଜ୍ୟର ୪୦ପ୍ରତିଶତ ଭାଗ ରହୁଥିବାରୁ ଯୋଜନା କାର୍ଯ୍ୟାନ୍ୱୟନ ବେଳେ ରାଜ୍ୟସରକାରଙ୍କ ଇଚ୍ଛା ମୁତାବକ କେତେକ ପରିବର୍ତ୍ତନ କରାଯିବା ଲାଗି ଶ୍ରୀ ପାଢ଼ୀ ଦର୍ଶାଇଛନ୍ତି।
ଶ୍ରୀ ପାଢ଼ୀ କହିଥିଲେ ଯେ ରାଜ୍ୟରେ ୭୦ପ୍ରତିଶତ ପଞ୍ଚାୟତ ଅର୍ଥାତ ୪୦୦୦ରୁ ଅଧିକରେ ବ୍ୟାଙ୍କିଂ ଓ ଇଣ୍ଟରନେଟ୍‍ ସୁବିଧା ନାହିଁ। ତେଣୁ ନୀତି ଆୟୋଗ ତୁରନ୍ତ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। ଗୋଟିଏ ପଟେ ବ୍ୟାଙ୍କ ନଥିବାବେଳେ ଅନ୍ୟପଟେ ବ୍ୟାଙ୍କ ଓ ଏଟିଏମ୍‍ରେ ନଗଦ ଟଙ୍କା ନଥିବାରୁ ୭ଟି ଆଦିବାସୀ ବହୁଳ ଆକାଂକ୍ଷା ଜିଲାର ଲୋକେ କୃଷି ଏବଂ ଏମ୍‍ଏସ୍‍ଏମ୍‍ଇର ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ଉଠାଣରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିଡ଼ିଓ କନଫରେନ୍ସିଂ ବେଳେ କୋରାପୁଟ, ଗଜପତି, ନୂଆପଡା, କନ୍ଧମାଳ, ଢ଼େଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି ଓ ରାୟଗଡା ଜିଲାପାଳଙ୍କ ସହିତ ନୀତି ଆୟୋଗ ଅଧ୍ୟକ୍ଷ ଶ୍ରୀ କାନ୍ତ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଭାବ ବିନିମୟ କରି ବିଭିନ୍ନ ପରାମର୍ଶ ଦେଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories