mission shakti banner

ମୋଦି ଆପ୍‌ ତଥ୍ୟ ଚୋରି କରି ଆମେରିକୀୟ କମ୍ପାନୀଙ୍କୁ ଦେଉଛି : ରାହୁଲ

BSKY banner  750×100
0

ନୂଆଦିଲ୍ଲୀ : କେମ୍ବ୍ରିଜ୍‌ ଆନାଲିଟିକା ବିବାଦ ଥମି ନଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନମୋ ଆପ ତଥ୍ୟ ଚୋରି କରୁଥିବା ଅଭିଯୋଗ କରିଛନ୍ତି । ରାହୁଲ ଟ୍ୱିଟ୍‌ କରିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନମୋ ଆପ୍‌ ଆମେରିକୀୟ କମ୍ପାନୀଙ୍କ ପାଇଁ ତଥ୍ୟ ଲିକ୍‌ କରୁଛି । ଏହି ଆପ୍‌ରେ ସାଇନ୍‌ ଅପ୍‌ କଲେ ତଥ୍ୟ ଆମେରିକୀୟ କମ୍ପାନୀଙ୍କ ନିକଟରେ ପହଞ୍ଚିଯାଉଛି ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି କଟାକ୍ଷ କରି ଟ୍ୱିଟ୍‌ କରିଛନ୍ତି ‘ହାଏ, ମୋ ନାମ ନରେନ୍ଦ୍ର ମୋଦି । ମୁଁ ଭାରତର ପ୍ରଧାନମନ୍ତ୍ରୀ । ତମେ ମୋ ନମୋ ଆପ୍‌କୁ ଯେତେବେଳେ ସାଇନ୍‌ ଅପ କରୁଛ, ସେତେବେଳେ ମୁଁ ତମର ସମସ୍ତ ତଥ୍ୟ ନେଇ ମୋ ସାଙ୍ଗ ଆମେରିକୀୟ କମ୍ପାନୀଙ୍କୁ ଦେଉଛି ।’ କେମ୍ବ୍ରିଜ୍‌ ଆନାଲିଟିକା ଫେସ୍‌ବୁକ୍‌ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ନିର୍ବାଚନକୁ ପ୍ରଭାବିତ କରୁଥିବା ଭଳି ଅଭିଯୋଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବିବାଦକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ଥମିନାହିଁ। ଏଭଳି ସମୟରେ ରାହୁଲଙ୍କ ଏଭଳି ଟ୍ୱିଟ୍‌ ନିଅାଁରେ ଘିଅ ଢାଳିବା ପରି ହୋଇଛି । ଏହାସହ ସେ ଡିଲିଟ୍‌ ନମୋ ଆପ୍‌ର ଏକ ଅଭିଯାନ ଆରମ୍ଭ କରିଛନ୍ତି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବିୟ ଟ୍ୱିଟ୍‌ କରି କଂଗ୍ରେସ ଅଧ୍ୟକ୍ଷଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ କଂଗ୍ରେସ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ବରଂ ନମୋ ଆପ୍‌କୁ ଭୟ କରୁଛି ।

Leave A Reply