ଭୁବନେଶ୍ବର : ରାଜ୍ୟରେ ଏଣିକି ସମସ୍ତ ସହରାଞ୍ଚଳରେ ଥିବା ସର୍ବସାଧାରଣଙ୍କ ପାଇଁ ଉଦିଷ୍ଟ ଶୌଚାଳୟ ବ୍ୟବହାରକୁ ଦେୟମୁକ୍ତ କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ
ମହାନଗର ନିଗମ ଆୟୁକ୍ତ, ମ୍ୟୁନସିପାଲିଟି ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗତ ୬ ତାରିଖରେ ଚିଠି ଲେଖାଯାଇଛି। େଶୗଚାଳୟ ସମ୍ମୁଖରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଡିସପ୍ଲେ ବୋର୍ଡ ଅବା କାନ୍ଥରେ ଲେଖା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏଥିରେ କୁହାଯାଇଛି। କୌଣସି ଅଭିଯୋଗ ଥିଲେ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବରରେ ସମ୍ପର୍କ କରିବାକୁ କୁହାଯାଇଛି। ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) ପାଣ୍ଠିରୁ ଏନେଇ ଖର୍ଚ୍ଚଭାର ବହନ କରାଯିବ ବୋଲି ଏଥିରେ କୁହାଯାଇଛି।
ଶୌଚାଳୟ ବ୍ୟବହାର.
ଶୌଚାଳୟ ବ୍ୟବହାର ଦେୟମୁକ୍ତ
Popular Categories



