www.samajalive.in
Tuesday, December 9, 2025
26.1 C
Bhubaneswar

ବିଜେଡ଼ିକୁ ପରାସ୍ତ କରିବାକୁ କୋଟି କୋଟି ଖର୍ଚ୍ଚ କରିଥିବା ବିଭୀଷଣ କିଏ?

ଡେସ୍କ: ବିଜେଡି ଉପରେ ବର୍ଷିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିସ୍ପୋରକ ବୟାନ ଦେଲେ ବିଧାୟକ ଷୌଭିକ। ସେ କହିଥିଲେ, ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ। କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି। କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା। ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଖୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ଦଳ ଭିତରେ ବିଭୀଷଣ। ୨୦୧୯ ଓ ୨୦୨୪ରେ କଟକ ଚୌଦ୍ୱାରରେ ବିଜେଡିକୁ ହରାଇବା ପାଇଁ ନିଜ ଠାରୁ ୩ ବର୍ଷ ବଡ଼ ବିଜେଡିର ଜଣେ ଯୁବ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏତେ ଟଙ୍କା ସେ କେଉଁଠୁ ଆଣିଲେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଢୋଲ ଭିତରେ ସେ ଦୁଇ ମୂଷା କିଏ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories