www.samajalive.in
Monday, December 15, 2025
24.1 C
Bhubaneswar

ପିପିଲି ପୌରାଞ୍ଚଳର ୪୨ଟି ପ୍ରକଳ୍ପ ପାଇଁ ୧.୮୪ କୋଟିର ଅନୁମୋଦନ; ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ ପୌରାଞ୍ଚଳବାସୀ

ପିପିଲି: ପିପିଲି ପୌରାଞ୍ଚଳର ବିକାଶ ପାଇଁ ‘ମୁକ୍ତା’ ଯୋଜନାରେ ୪୨ଟି ପ୍ରକଳ୍ପ ନିମନ୍ତେ ୧.୮୪ କୋଟି ଅର୍ଥ ମଞ୍ଜୁର କରାଯାଇଥିବାରୁ ପିପିଲି ପୌରାଞ୍ଚଳବାସୀଙ୍କ ସମେତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପୂର୍ବତନ ପୌର ଉପାଧ୍ୟକ୍ଷା ମମତା ମଲ୍ଲିକ, ଏସ୍‍ଏଚ୍‍ଜି ମୁଖ୍ୟ ରାନୁ ପାତ୍ର, ସଙ୍ଗୀତା ମେକାପ, ଶୁଭଲକ୍ଷ୍ମୀ ପାଣ୍ଡେ ପ୍ରମୁଖ ଯୋଗଦେଇ ପିପିଲି ପୌରାଞ୍ଚଳବାସୀଙ୍କ ପାଇଁ ବିକାଶକୁ ହାତ ପାହାନ୍ତରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ୪୨ଟି ପ୍ରକଳ୍ପ ଭେଟିକୁ ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ୫ଟି ଅନ୍ତର୍ଗତ ମୁକ୍ତା ଯୋଜନାରେ ପିପିଲି ପୌରାଞ୍ଚଳରେ ୭ଟି କ୍ଷୁଦ୍ର ଉଦ୍ୟାନ ପାଇଁ ୨୨ଲକ୍ଷ, ୫ଟି ପବ୍ଲିକ ଜିମ୍‍ ପାଇଁ ୧୪ ଲକ୍ଷ, ୮ଟି ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୧୭ଲକ୍ଷ, ୮ଟି ଚାଲିବା ରାସ୍ତା ପାଇଁ ୧୫ଲକ୍ଷ, ୨ଟି ଜଳାଶ୍ରୟର ସୌନ୍ଦର୍ଯ୍ୟକରଣ ପାଇଁ ୪୦ଲକ୍ଷ, ୨ଟି ଖେଳ ପଡିଆ ପାଇଁ ୧୮ଲକ୍ଷ, ୯ଟି ଶୌଚାଳୟ ପାଇଁ ୩୦ ଲକ୍ଷ ଓ ଗୋଟିଏ ଭେଣ୍ଡିଂ ଜୋନ୍‍ ପାଇଁ ୨୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବଙ୍କ ଜରିଆରେ ଆଭାସୀ ମାଧ୍ୟମରେ ପିପିଲି ପୌରାଞ୍ଚଳର ରୁପାନ୍ତରୀକରଣ ପାଇଁ ବିଧାୟକ ଶ୍ରୀ ମହାରଥୀଙ୍କ ସମେତ ପୌରାଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ନେତାମାନେ ଅନୁରୋଧ କରିଥିବା ବେଳେ ମାତ୍ର ୫ଦିନରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିବା ସଂପର୍କରେ ଶ୍ରୀ ମହାରଥୀ ସୂଚନା ଦେବା ସହ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ । ପିପିଲି ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଥିବା କଥା ଉପନିର୍ବାଚନ ବେଳେ ଘୋଷଣା କରିଥିବା ବେଳେ ଏହା ତାହାର ବାସ୍ତବତା ବୋଲି ରୁଦ୍ରପ୍ରତାପ କହିବା ସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀକୁ ରାଜ୍ୟରେ ଏକ ନମ୍ବର ନିର୍ବାଚନମଣ୍ଡଳୀ ଭାବେ ଗଢିତୋଳିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ଗୋବର୍ଦ୍ଧନ ମହାନ୍ତି, ପୂର୍ବତନ କାଉନସିଲର ଅଜୟ ମହାରଣା, ଗନ୍ଧର୍ବ ପରିଡା, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଏନ୍‍ଏସି ବିଜେଡି ସଭାପତି ଶରତ ବେହେରା, ଜିଲା ବିଜେଡି ସଂପାଦକ କିଶୋର ଛୋଟରାୟ, ସରପଞ୍ଚ ପ୍ରକାଶ କୁମାର ଧଳ, ଯୁବନେତା ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ ।
ଫଟୋ ଆଟାଚ ଅଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories