www.samajalive.in
Monday, December 15, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ଭୋଟର ସଚେତନତା କରାଇଲେ ଉପଜିଲ୍ଲାପାଳ

ମୋହନା: ଗଜପତି ଜିଲ୍ଲାରେ ବର୍ତ୍ତମାନ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ନେଇ ଭୋଟର ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ଦିନିକିଆ ଗସ୍ତରେ ଆସି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଭୋଟର କାର୍ଡ ବିଷୟରେ ବୁଝାଇଥିଲେ। ୧୮ବର୍ଷ ହେବା ମାତ୍ରେ ନିଜର ନାମ ଭୋଟ ତାଲିକାରେ ପଞ୍ଜୀକୃତ କରିବା ଏବଂ ଯେଉଁମାନଙ୍କ ନାମ କି ଅନ୍ୟ କୌଣସି ପ୍ରକାର ଭୁଲ ଯଦି ଭୋଟ କାର୍ଡରେ ରହିଯାଇଛି ତେବେ ସଂଶୋଧନ ପାଇଁ ନିକଟସ୍ଥ ପଞ୍ଚାୟତ ଅଧିକାରୀ ନଚେତ ଅନଲାଇନ ମାଧ୍ୟମରେ ଠିକ କରିପାରିବେ। ନିଜର ମୂଲ୍ୟବାନ ଭୋଟକୁ ନଷ୍ଟ ନ କରି ତୁରନ୍ତ ଭୋଟ କାର୍ଡ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଡ଼.,ସନ୍ୟାସୀ ବେହେରା, ଡ଼. କୁନି କୁମାରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories