www.samajalive.in
Saturday, December 6, 2025
26.1 C
Bhubaneswar

କୃଷି ଆଇନ ପ୍ରତ୍ୟାହାର ଘୋଷଣା, କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶରେ ଲାଗୁ ହୋଇଥିବା ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଆଜି ସକାଳେ ଦେଶବାସୀଙ୍କୁ ସ୍ୱତନ୍ତ୍ର ଭାବେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆସନ୍ତା ସଂସଦ ଅଧିବେଶନରେ ଏହି ଆଇନକୁ ପ୍ରତ୍ୟାହାର କରିବା ସଂପର୍କିତ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଛନ୍ତି ସରକାର କୃଷକମାନଙ୍କ ହିତ ସାଧନ ଦୃଷ୍ଟିରୁ ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ବେ କୃଷକମାନଙ୍କ ଏକ ଗୋଷ୍ଠୀ ଏ ନେଇ ସମ୍ପୂର୍ଣ୍ଣ ଦ୍ୱିମତ ହେବାରୁ, ଏହି ଆଇନକୁ ପ୍ରତ୍ୟାହାର କରିନେବାର ଆବଶ୍ୟକତା ଦେଖାଦେଇଛି।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଆଜି ୧୮ ମିନିଟ ଧରି ଉଦବୋଧନ ଦେଇ କହିଛନ୍ତି, ଲାଗୁ ହୋଇଥିବା ୩ଟି କୃଷି ଆଇନର ଉଦ୍ଦେଶ୍ୟ କୃଷକ ଏବଂ ବିଶେଷଭାବେ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଅଧିକାରକୁ ସୁରକ୍ଷା ଦେବା ଥିଲା। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆନ୍ଦୋଳନ ଶେଷକରି ଘରକୁ ଫେରିଯିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସେ ଯାହା କରିଥିଲେ ତାହା କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଓ ଯାହା କରୁଛନ୍ତି, ତାହା ଦେଶର ହିତ ପାଇଁ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ଆଶୀର୍ବାଦ ଯୋଗୁଁ ସେ କୌଣସି ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଉନାହାନ୍ତି। ସେ ସମସ୍ତଙ୍କୁ ଭରସା ଦେଇ କହିଛନ୍ତି, ଆଗାମୀ ଦିନରେ ସେ ଆହୁରି କଷ୍ଟ କରିବେ ଏବଂ ଦେଶର ସମସ୍ତ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବେ।

ଏହାଛଡ଼ା ପ୍ରଧାନମନ୍ତ୍ରୀ କୃଷିକ୍ଷେତ୍ର ପାଇଁ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଶୂନ୍ୟ ବଜେଟ୍‍ ଆଧାରିତ କୃଷିର ବିକାଶ ପାଇଁ ଏବଂ ଦେଶର ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫସଲ ପଦ୍ଧତିରେ ପରିବର୍ତ୍ତନ ଏବଂ ନ୍ୟୂନତମ ସହାୟକ ମୂଲ୍ୟ ଆହୁରି ପାରଦର୍ଶୀ ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ଏକ କମିଟି ଗଠନ କରାଯିବ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ସଦସ୍ୟ ରହିବେ।

ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ଶ୍ରୀ ମୋଦୀ କ୍ଷୁଦ୍ର କୃଷକମାନଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ କହିଥିଲେ। ସେ କହିଥିଲେ କୃଷି ବଜେଟରେ ୫ ଗୁଣ ବୃଦ୍ଧି କରାଯାଇଛି ଏବଂ ପ୍ରତ୍ୟେକ ବର୍ଷ ଏଥିଲାଗି ଅଧିକ ଦେଢ଼ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ସେ କହିଥିଲେ, ଦୀର୍ଘ ୫୦ ବର୍ଷ ହେବ ସେ କୃଷକମାନଙ୍କ କଷ୍ଟକର ଜୀବନ ଏବଂ ସେମାନେ ସାମ୍ନା କରୁଥିବା ପ୍ରତିବନ୍ଧକ ଗୁଡ଼ିକୁ ଅନୁଭବ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଏବେ ସରକାର ଗ୍ରାମାଞ୍ଚଳ ବଜାରଗୁଡ଼ିକର ସାର୍ବଜନୀନ ସୁବିଧା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି ସରକାର କେବଳ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁନାହାନ୍ତି, କ୍ରୟ କେନ୍ଦ୍ରଗୁଡ଼ିକରେ ମଧ୍ୟ ରେକର୍ଡ ସଂଖ୍ୟକ ବିକ୍ରିବଟା ବୃଦ୍ଧି ଘଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର କୃଷକମାନଙ୍କୁ ଉଚିତ ଦରରେ ବିହନ ଉପଲବ୍ଧ କରାଇବା, ସିଞ୍ଚନ ବ୍ୟବସ୍ଥାରେ ସୁବିଧା ଆପଣାଇବା ଏବଂ ୨୨ କୋଟି ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଉଦ୍ୟମ ଫଳରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଫସଲ ବୀମା ଯୋଜନା ଯୋଗୁଁ କୃଷକମାନଙ୍କୁ କମ୍‍ କ୍ଷତି ସହିବାକୁ ପଡ଼ିଛି।

ଶ୍ରୀ ମୋଦୀ କହିଛନ୍ତି ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସରକାର କୃଷକର କଲ୍ୟାଣ ଏବଂ ବିକାଶକୁ ପ୍ରାଥମିକତା ଦେଇଆସିଛନ୍ତି। କୃଷକମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ସରକାର ଉନ୍ନତମାନର ବିହନ ଏବଂ ନିମ ଆବରଣଯୁକ୍ତ ୟୁରିଆ ଭଳି ସୁବିଧା ଯୋଗାଇ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେବଦୀପାବଳି ଏବଂ ପ୍ରକାଶ ପରବର ଶୁଭେଚ୍ଛା ଓ ଶୁଭକାମନା ଲୋକମାନଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଦେଢ଼ବର୍ଷ ପରେ ପୁଣି ଥରେ କର୍ତ୍ତାରପୁର କରିଡର ସାଧାରଣ ଲୋକମାନଙ୍କ ପାଇଁ ଖୋଲାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories