ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କୁ ବିବାହ କରୁଛନ୍ତି ମିଥୁନଙ୍କ ପୁଅ !

0

ବର୍ଷୀୟାନ୍ ଅଭିନେତାର ପରିଚୟ ପାଇଲେଣି ସତ, ହେଲେ ଆଜି ପର୍ୟ୍ୟନ୍ତ ବଲିଉଡର ‘ଡିସ୍କୋ ଡ୍ୟାନ୍ସର’ ଶୀର୍ଷକଟି ମିଥୁନ୍ ଚକ୍ରବର୍ତ୍ତୀଙ୍କ ନିକଟରେ ହିଁ ଅଛି। ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫ୍‌ଙ୍କ ପରି କଳାକାରମାନେ ମଧ୍ୟ ନୃତ୍ୟ କଳାରେ ବେଶ୍ ଧୂରୀଣ, ହେଲେ ମିଥୁନଙ୍କ ସମକକ୍ଷ ନୁହନ୍ତି ବୋଲି ସମୀକ୍ଷକଙ୍କ ମତ। କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ମିଥୁନ୍ ଲଣ୍ଡନରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏବେ ତାଙ୍କ ଉପରେ ବଡ଼ ଦାୟିତ୍ବ ଯେ ଅଛି। ପୁଅ ମିମୋହ ଚକ୍ରବର୍ତ୍ତୀଙ୍କ ବର୍ଣ୍ଣାଢ଼୍ୟ ବିବାହ ଜୁଲାଇ ୭ରେ ହେବ ବୋଲି ମିଥୁନ୍ ନିଜେ ଗଣମାଧ୍ୟମକୁ କହିଛନ୍ତି। ୨୦୦୮ରେ ସିନେଜଗତରେ ପାଦ ଥାପିଥିବା ମିମୋହ ଅଭିନେତା ଭାବେ ଦର୍ଶକଙ୍କ ହୃଦୟରେ ସ୍ଥାନ ଜମାଇପାରି ନାହାନ୍ତି। ହେଲେ ବ୍ୟବସାୟରେ ସେ ବେଶ୍ ସଫଳ। ମୁମ୍ବଇରେ ରେସ୍ତୋରାଁ ବ୍ୟବସାୟ ସହ ଏକ ନାମୀ ପୋଷାକ ବ୍ରାଣ୍ଡର ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ମିମୋହ। ଦକ୍ଷିଣ ସିନେଜଗତର ଅଭିନେତ୍ରୀ ମଦଲାସା ଶର୍ମାଙ୍କୁ ବିବାହ କରିବେ ମିମୋହ। ବଙ୍ଗୀୟ ପରମ୍ପରାରେ ବିବାହ ସମ୍ପନ୍ନ ହେବ ବୋଲି ମିଥୁନଙ୍କ ପରିବାର ସୂତ୍ରରୁ ପ୍ରକାଶ। ମୁମ୍ବଇ, ଦିଲ୍ଲୀ ଓ କଲକାତା ତିନୋଟି ସ୍ଥାନରେ ବିବାହ ରିସେପ୍ସନ୍ ବେଶ୍ ଆଡ଼ମ୍ବରରେ ସମ୍ପନ୍ନ ହେବ ବୋଲି ଶୁଣାଯାଉଛି। ପୁଅ ବାହାଘର ପାଇଁ ଖୁବ୍ ଖୁସି ଅଛନ୍ତି ମିଥୁନ।

 

Leave A Reply