www.samajalive.in
Monday, December 15, 2025
24.1 C
Bhubaneswar

କଟକରେ ଦୁର୍ବୃତ୍ତଙ୍କ ଆତଙ୍କ, ଘରେ ପଶି ମହିଳାଙ୍କୁ ଛୁରାମାଡ଼

କଟକ: କାଠଗଡ଼ା ସାହିରେ ଦୁର୍ବୃତ୍ତ ଆତଙ୍କ ରଚିଛନ୍ତି। ଭାଇକୁ ନ ପାଇ ଦୁର୍ବୃତ୍ତମାନେ ଘରେ ପଶି ଭିନ୍ନକ୍ଷମ ଭଉଣୀକୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ବେକ ଓ ଦୁଇ ହାତରେ କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସିଟି ହସ୍ପିଟାଲରେ ଭତ୍ମର୍ତ୍ତି କରାଯାଇଛି। କମିଶନରେଟ ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଦୁର୍ବୃତ୍ତ ଏପରି ଆତଙ୍କ ଖେଳାଇବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ତଦନ୍ତ ଜାରି ରଖିଛି। ଆହତ ମହିଳା ହେଲେ ତିଳୋତ୍ତମା ସାହୁ।

ପୁରୀଘାଟ ଥାନା ଅଧୀନ କାଠଗଡ଼ା ସହିରେ ତିଳୋତ୍ତମା ପରିବାର ସହ ରହୁଛନ୍ତି। ତାଙ୍କ ଦୁଇ ଭାଇଙ୍କ ନାମରେ ଆପରାଧିକ ମାମଲା ରହିଛି। ଏକ ମୋଟରସାଇକଲରେ ଦୁଇ ଦୁର୍ବୃତ୍ତ  ଆସି ତାଙ୍କ ଦୁଇ ଭାଇଙ୍କୁ ଖୋଜିଥିଲେ। ଏହ ସମୟରେ ତିଳୋତ୍ତମା ଘରେ ଏକାକୀ ଥିଲେ। ଭାଇ ନାହାନ୍ତି କହିବା ପରେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଦ୍ବୟ ଘର ଭିତରକୁ ପଶି ଆସିଥିଲେ। ହଠାତ୍‌ ଛରିରେ ତିଳୋତ୍ତମାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ଅଭିଯୁକ୍ତଦ୍ବୟ ଫେରାର ହୋଇଯାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories