www.samajalive.in
Friday, December 5, 2025
20.1 C
Bhubaneswar

ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କ ମାରାଥନ ପ୍ରଚାର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶୁକ୍ରବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକର ୩ ନମ୍ବର ଜିଲା ପରିଷଦ ଜୋନରେ ମାରାଥନ ପ୍ରଚାର କରିଛନ୍ତି। ନୂଆଗାଁ ପଞ୍ଚାୟତରୁ ସେ ପ୍ରଚାର ଆରମ୍ଭ କରିଥିଲେ। ନୂଆଗାଁ ପଞ୍ଚାୟତର କମକେଡା କାଳୀମାଟି, ତୁକୁଳା ପଡ଼ା, ଠୁତିବର୍, ଲୋହଣ୍ଡପଲିରେ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି।

ସ୍ନେହାଙ୍ଗିନୀଙ୍କ ସହିତ ବିଜେଡି ନେତା ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂ ଦେଓ. ଜୋନ ନଂ. ୩ର ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲା ସାଧାରଣ ସମ୍ପାଦକ କାର୍ତ୍ତିକ ଡି ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରତି ଗ୍ରାମରେ ସ୍ନେହାଙ୍ଗିନୀଙ୍କୁ ଜନତାଙ୍କ ଅଭୂତପୂର୍ବ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ମିଳିଥିବା ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପରିଶ୍ରମ ବଳରେ ନୂଆପଡ଼ା ଯେଉଁ ବିକାଶର ବାର୍ତ୍ତା ଲେଖିଛି ତାର ଦ୍ୱାହି ଦେଇ ସ୍ନେହାଙ୍ଗିନୀ ଭୋଟ ଭିକ୍ଷା କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories