www.samajalive.in
Sunday, December 7, 2025
26.1 C
Bhubaneswar

ଉମା ଗାଁ ପୋଖରୀ ମାଛମରା ଖବରକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭର୍ତ୍ସନା, ବ୍ଳକ ସାମ୍ବାଦିକ ସଂଘ ବୈଠକରେ ଦୁଃଖ ପ୍ରକାଶ

କଣ୍ଟାମାଳ: ଗତ ୮ ତାରିଖରେ କଣ୍ଟାମାଳବ୍ଲକ ଉମା ପଞ୍ଚାୟତ ସଦର ମହକୁମା ସରକାରୀ ବନ୍ଧରୁ ଶତାଧିକ ଲୋକେ କରୋନା କଟକଣାକୁ ବେଖାତିର କରି ମାଛ ମାରୁଥିବା ସଂପର୍କୀୟ ଖବର ପ୍ରକାଶ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ଭର୍ତ୍ସନା କରାଯାଇଛି। ବ୍ଲକ ପ୍ରଶାସନ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସଂପୃକ୍ତ ଖବର ପ୍ରେରଣର ଖବରଦାତାଙ୍କୁ ଏଭଳି ମିଛ ଖବର କାହିଁକି ଦେଉଛ ବୋଲି କହି ତାଗିଦ କରିବା ଘଟଣାକୁ ନେଇ ଆଜି କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ ଦ୍ୱାରା ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଅସନ୍ତୋଷ ବ୍ୟକ୍ତ କରଯିବା ସହ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି।

ସଂଘର ଉପ ସଭାପତି ପ୍ରଭାତକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା କଟକଣା ବେଳେ ଉମା ପୋଖରୀରେ ମାଛ ମାରିବା ଭଳି ଘଟଣାକୁ ନେଇ ସଠିକ ଖବର ଛାପି ପରୋକ୍ଷରେ ପ୍ରଶାସନକୁ ସହଯୋଗ କରିଥିବା ଜଣେ ସାମ୍ବାଦିକଙ୍କ ପ୍ରତି ବ୍ଳକ ବିଡିଓଙ୍କ ମିଥ୍ୟା ଆରୋପ ଏବଂ ଗଣମାଧ୍ୟମର କଣା୍ଠରୋଧ କରିବାଭଳି ଆକ୍ଷେପକୁ ନେଇ ସଂଘର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାରି ଏକ ତଦନ୍ତ ଦାବୀ କରିଥିଲେ। ଗତ ୯ ତାରିଖରେ କଣ୍ଟାମାଳ ବିଡିଓ, ତହସିଲଦାର ଓ ପୋଲିସ ଉମା ଗାଁକୁ ଯାଇ ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ପରେ ଗ୍ରାମବାସୀଙ୍କ ସମ୍ମୁଖରେ ବିଡିଓ ଖବର ଛାପିଥିବା ଏବଂ ମାଛମରାର ଭିଡିଓ ଉତ୍ତୋଳନ କରିଥିବା ଖବରଦାତା ବଂଶୀଧର ମାଝୀଙ୍କୁ କଲ କରି କିଏ କିଏ ମାଛ ମାରୁଥିଲେ ସେମାନଙ୍କ ନାମ ଦେବାକୁ କହିବା ସହ ଯଦି ନାଁ କହିପାରୁନ ତାହା ହେଲେ ଏଭଳି ମିଛ ଖବର କାହିଁକି ଛାପୁଛ ବୋଲି ଭର୍ତ୍ସନା କରିଥିଲେ। ସେହିପରି ଏହି ମାଛମରାର ମୂଖ୍ୟ ନାୟକ ଉମା ସରପଞ୍ଚଙ୍କ ସ୍ୱାମୀଙ୍କ ସହଯୋଗୀମାନେ ମଧ୍ୟ ଶ୍ରୀ ମାଝୀଙ୍କ ପରିବାରକୁ ଧମକ ଦେଉଥିବା ଭଳି ଅଭିଯୋକୁ ସଂଘର ସଦସ୍ୟମାନେ ଗୁରୁତ୍ୱର ସହ ବିଚାର କରି ମାଛ ମାରିବାର ସତ୍ୟତା ନେଇ ବ୍ଳକ ପ୍ରଶାସନର ଆକ୍ଷେପ ଏବଂ ସତ ସମ୍ବାଦ ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଭର୍ତ୍ସନା କରିବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସଂଘ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଏହାରି ଏକ ନିରପେକ୍ଷ ତଦନ୍ତ କରିବାକୁ ଲିଖିତଭାବେ ଜଣାଇବ ବୋଲି ସଂଘର ସଂପାଦକ ପ୍ରକାଶ କରିଛନ୍ତି। ଅନୁଷ୍ଠିତ ବୈଠକରେ ସଂଘର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories