ଅସଦାଚରଣ କରୁଥିବା ଟ୍ରାଫିକ ପୁଲିସକୁ ଚାପୁଡା ମାରିଲେ କରାଟେ ଗର୍ଲ

0

ରୋହତକ:  ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଟ୍ରାଫିକ୍‌ କନେଷ୍ଟବଳଙ୍କୁ ମହଙ୍ଗା ପଡିଛି ।  ଅଟୋରିକ୍ସାରେ ଆସୁଥିବା ଜଣେ ଛାତ୍ରୀଙ୍କୁ ହଇରାଣ କରିବା ଅଭିଯୋଗରେ ଏହି ଟ୍ରାଫିକ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ରୋହତକର ଏହି ଛାତ୍ରୀ ଜଣଙ୍କ କାରାଟେ ତାଲିମ ନେବା ପରେ ଏକ ସେୟାର ଅଟୋ ରିକ୍ସାରେ ଘରକୁ ଫେରୁଥିଲେ । ସେଥିରେ ଏହି ଟ୍ରାଫିକ କନେଷ୍ଟବଳ ବି ଯାତ୍ରା କରୁଥିଲେ । ସେ ଛାତ୍ରୀ ଜଣଙ୍କୁ ଖରାପ କଥା କହିବା ସହ ତାଙ୍କ ଫୋନ ନମ୍ବର ମାଗିଥିଲେ । ସେ ଏହି ଛାତ୍ରୀ ଜଣଙ୍କୁ ବାରମ୍ବାର ଫୋନ୍‌ ନମ୍ବର ମାଗିବା ସହ ହଇରାଣ କରିଥିଲେ ।

ଏହା ପରେ ଅନ୍ୟ ଉପାୟ ନ ପାଇ ଛାତ୍ରୀ ଜଣଙ୍କୁ ତାଙ୍କୁ ଚାପୁଡା ମାରିଥିବା ସୂଚନା ମିଳିଛି । ପୁଲିସରେ ଅଭିଯୋଗ ପରେ ଏହା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ସମ୍ପୃକ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply