ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଭବାନିପାଟଣା :  ଜଣେ ନାବାଳିକାକୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି, ସ୍ଥାନୀୟ ପୋକସୋ କୋର୍ଟ ଦ୍ଵାରା ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଇଛନ୍ତି । ଅଭିଯୋଗ ଅନୁଯାୟୀ ବିଳାସ ସାହୁ ( ୫୨ ) ନାମକ ବ୍ୟକ୍ତି ଜନୈକା ନାବାଳିକାକୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିଆସୁଥିଲା। ଏନେଇ ପିଡୀତାଙ୍କ ବାପା ଗତ ୨୦୨୧ ମସିହା ଫେବୃୟାରୀ ୨୧ ତାରିଖ ଦିନ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ପରେ ସ୍ଥାନୀୟ ପୋକସୋ କୋର୍ଟରେ ଶୁଣାଣି ଚାଲିଥିଲା । ସ୍ଥାନୀୟ ପୋକସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି ପ୍ରାୟ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏହି ଅମାନବୀୟ ଘଟଣାରେ ଅଭିଯୁକ୍ତ ବିଳାସ ସାହୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ବିଳାସକୁ ଏହି ଅମାନୁଷିକ କାର୍ଯ୍ୟ ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟେ ଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପିଡୀତାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଏହି ମାମଲାକୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ ।

Comments are closed.