ଦିବ୍ୟାଙ୍ଗ ଶିଶୁଙ୍କୁ ଜୋତା ପିନ୍ଧାଇ ଦେଲେ ମନ୍ତ୍ରୀ ଟୁକୁନୀ ସାହୁ

ଟିଟିଲାଗଡ଼: ଟିଟିଲାଗଡରେ ଦୀର୍ଘ ୩୫ ବର୍ଷ ଧରି ଦିବ୍ୟାଙ୍ଗଙ୍କ ସେବାରେ ଉତ୍ସଗୀକୃତ ଥିବା ଏସସିଡି ସ୍କୁଲକୁ ପରିଦର୍ଶନରେ ଯାଇଥିଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ। ଶନିବାର ମନ୍ତ୍ରୀ ଶ୍ରୀମତି ସାହୁ ଏସସିଡି ସ୍କୁଲ ଗ୍ରସ୍ତକରି ଦିବ୍ୟାଙ୍ଗ ଶିଶୁମାନଙ୍କ ମେଳରେ ବହୁ ସମୟ ବିତାଇଥିଲେ। ଏପରିକି ମନ୍ତ୍ରୀ ଦିବ୍ୟାଙ୍ଗ ଶିଶୁଙ୍କ ପାଦରେ ନିଜ ହାତରେ ନୁଆ ଜୋତା ପିନ୍ଧାଇ ଦେଇଥିଲେ ଯାହା ଘଟଣାସ୍ଥଳରେ ଏକ ଭାବୋଦ୍ଦିପକ ପରିବେଶ ସୃଷ୍ଟି କରିଥିଲା। ମନ୍ତ୍ରୀଙ୍କ ସହ ବରିଷ୍ଠ ସମାଜସେବୀ ଦିପକ ସାହୁ, ପୌର ନିର୍ବାହି ଅଧିକାରୀ ସନ୍ତୋଷ ବେହେରା, ପୁର୍ବତନ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ପୁର୍ବତନ ପୌର ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ଏସସିଡି ସମ୍ପାଦକ ସୁଶାନ୍ତ ବେହେରା, ବୋର୍ଡ ସଦସ୍ୟା ଅଞ୍ଜଳି ବେହେରା ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଥିଲେ।

kalyan agarbati

Comments are closed.