ବିଜେବି ନଗରରେ ଖୋଲିଲା ମେରି ସହେଲି ଆଉଟଲେଟ

ଭୁବନେଶ୍ବର : ଓଡିଶାର ସର୍ବ ପୁରାତନ କସମେଟିକ୍ସ ରିଟେଲ ଏବଂ ସେଲୁନ ଯୋଗାଣ ମେରି ସହେଲି ଆଉଟଲେଟ୍‌ ଭୁବନେଶ୍ବର ସ୍ଥିତ ବିଜେବି ନଗର ବିଜେଇମ୍ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଛି। ବନ୍ଧୁ ଏବଂ ପରିବାରଙ୍କ ଉପସ୍ଥିତିରେ ଏହି ଆଉଟଲେଟ୍ ଖୋଲା ଯାଇଛି। ଗ୍ରାହକଙ୍କ ନିକଟତର ହେବା ସହ ସୁଲଭ ଦରରେ ସେବା ଯୋଗାଇବା ନିମନ୍ତେ ଏହି ଶାଖା ଖୋଲା ଯାଇଛି। ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଆହୁରି ସୁବିଧା କରାଇବା ସହ ହୋଲସେଲିଂ ମୂଲ୍ୟରେ ମେରି ସହେଲି ଗ୍ରାହକଙ୍କ ପାଖରେ ପହଞ୍ଚିବା ଉଦ୍ୟମ କରିବ।

ମେରି ସହେଲି ଉପଲବ୍ଧ ସମସ୍ତ ବ୍ରାଣ୍ଡ୍ ଉପରେ ବିଶେଷ ରିହାତି ପ୍ରଦାନ କରିବ। ସମସ୍ତ ବ୍ରାଣ୍ଡ୍‌ରେ ଗ୍ରାହକଙ୍କୁ ୨୦% ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ଆଉଟଲେଟ୍ ର ମୁଖ୍ୟ କମଳ ସେଠିଆ ସୂଚନା ଦେଇଛନ୍ତି।ଏହି ଅବସରରେ ଆଉଟଲେଟ ର ସନ୍ତୋଷ ସେଠିଆ, ଜୁଗଲ ସେଠିଆ, ପ୍ରତିକ୍ ଜେନ୍, ବିକାଶ ସେଠିଆ, ରେଣୁକା ଜେନ୍, ଜିତେନ୍ଦ୍ର ବୈଦ, ଦିଲ୍ଲୀପ ମନୋଥ୍ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.