ମେଘାଳୟରେ କଂଗ୍ରେସ ଏକମାତ୍ର ବୃହତ୍‍ ଦଳ

0

ଶିଲଂ : ମେଘାଳୟର ଆମ୍ପାତି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମୈନୀ ଡି. ଶିରା ବିଜୟଲାଭ କରିଛନ୍ତି। ଏଥିସହ ରାଜ୍ୟରେ କଂଗ୍ରେସ ଏକମାତ୍ର ବୃହତ୍‍ ଦଳରେ ପରିଣତ ହୋଇଛି। ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚଳିତବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶିରାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଳ ସାଙ୍ଗମା ଦୁଇଟି ଆସନରେ ବିଜୟଲାଭ କରିବା ପରେ ଏହି ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିରା ମୋଟ ୧୪,୨୫୯ ଭୋଟ ପାଇ ଏନ୍‍ପିପି ପ୍ରାର୍ଥୀ କ୍ଲେମେଣ୍ଟ ଜି. ମୋମିନଙ୍କୁ ପରାସ୍ତ କରିଛନ୍ତି। ମୋମିନଙ୍କୁ ମୋଟ ୧୧,୦୬୯ ଭୋଟ ମିଳିଥିବା ବେଳେ ସେ ୩,୧୯୧ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ବିଜେପି ସମର୍ଥନରେ ଏନ୍‍ପିପି ରାଜ୍ୟରେ ସରକାର ଗଠନ କରିଛି।

Leave A Reply