www.samajalive.in
Sunday, December 7, 2025
13.1 C
Bhubaneswar

ରାଇକିଆକୁ ଏନ୍‍ଏସି ଘୋଷଣା ଦାବି ନିମନ୍ତେ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲାର ଦୃତ ଅଭିବୃଦ୍ଧି ସହର ମଧ୍ୟରେ ରାଇକିଆ ଅନ୍ୟତମ। ରାଇକିଆର ଜନସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଇକିଆ ସହରକୁ ଏନ୍‍ଏସିରେ ଘୋଷଣା ଦାବି ଜୋର ଧରିଛି। ରବିବାର ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସତ୍ୟବାନ ପାତ୍ର ଅଧ୍ୟକ୍ଷତା କରିଥିଲେ। ଏନ୍‍ଏସି ଗଠନ ଦାବିକୁ ତ୍ୱରିତ କରିବା ପାଇଁ ଓ ଏ ଦିଗରେ ସର୍ବଶେଷ ପଦକ୍ଷେପ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ଉପସଭାପତି ଭାବେ ସଭାପତି ଭାବେ ପ୍ରିତମ ପ୍ରଧାନ, ଦୁର୍ଯ୍ୟୋଧନ ଲେଙ୍କା, ଜୟନନ୍ଦ ନାୟକ ପ୍ରମୁଖ ମନୋନିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବେ ମସେସ୍‍ ଦିଗାଲ, ଯୁଗ୍ମ ସଂପାଦକ ଭାବେ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ଭାବେ ବିଜୟ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୧୦ଜଣ ପରାମର୍ଶ ଦାତା କମିଟିରେ ସ୍ଥାନ ଦିଆଯାଇଛି। ଏଥିପାଇଁ ଅଞ୍ଚଳବାସୀ ସହଯୋଗ ପାଇଁ ମଧ୍ୟ କମିଟି ଅନୁରୋଧ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories