www.samajalive.in
Sunday, December 7, 2025
26.1 C
Bhubaneswar

୩ ପଞ୍ଚାୟତବାସୀଙ୍କ ମିଳିତ ବୈଠକ, ବିକାଶ ପାଇଁ ନେଲେ ନିଷ୍ପତି

ଫୁଲବାଣୀ: ବର୍ଷ ବର୍ଷ ଧରି ବିକାଶ ଅପହଞ୍ଚ। ଏହାକୁ ଦୃଷ୍ଟିରେ ରଖି ଆଜି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପଲାବୁଡ଼୍ରିି, ସାଡ଼ିଙ୍ଗିଆ ଓ ପାଙ୍ଗାଉପରସାହି ପଞ୍ଚାୟତର ନିର୍ବାଚନ ଲୋକ ପ୍ରତିନିଧି ଓ ପଞ୍ଚାୟତବାସୀମାନେ ହୋଇଛନ୍ତି ଏକଜୁଟ୍‍। ନିଜ ଅଞ୍ଚଳର ବିକାଶ ପାଇଁ ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। କାଲାଡ଼ି ଗ୍ରାମ ନିକଟରେ ହୋଇଥିବା ଏହି ବୈଠକରେ ଅସ୍ଥାୟୀ ସଭାପତି ପୁରୁଷୋତମ କହଁର ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଲମ୍ବଦର କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ବିଶେଷ କରି ସଂପୃକ୍ତ ଅଞ୍ଚଳମାନଙ୍କରେ ହେଉଥିବା ବାରମ୍ବାର ଛେଳି ଚୋରି ରୋକିବା ସହିତ ପଞ୍ଚାୟତ ଗୁଡ଼ିକର ଗମନା ଗମନ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକ ସମସ୍ୟା ଯେଭଳି ଭାବେ ଦୂର ହୋଇ ପାରିବ ଓ ତାହାର ଉନ୍ନତି ପାଇଁ ଏକଜୁଟ୍‍ ହୋଇ କାମ କରିିବା ଦିଗରେ ଆଲୋଚାନା ହୋଇଥିଲା। ଏହି ଅବସରରେ ନୂତନ କମିଟି ଗଠନ କରାଯାଇ ସଭାପତି ଭାବେ ଗୋଲକ କହଁରଙ୍କୁ ମନୋନିତ କରାଯାଇଥିବା ବେଳେ ଉପସଭାପତି ଭାବେ ବିଷ୍ଣୁ ଚରଣ କହଁର, ସଂପାଦକ ଭାବେ ଅଭିରାମ କହଁର, ସହ ସଂପାଦକ ଭାବେ ଉଦ୍ଧବ ଦିଗାଲ ପ୍ରମୁଖଙ୍କୁ ମନୋନିତ କରଯାଇଛି। ବୈଠକରେ ଗିରିଧାରି କହଁର, ଜିତ୍ର କହଁର, ବସିରାମ ଦିଗାଲ, ସନକ ଜାଲ, ଦିଲିପ ଦିଗାଲ, ଆନନ୍ଦ ମଲିକ, ଡ଼ଗିଲା କହଁର, ରାଜ କହଁର ଓ ଗୋଲକ କହଁର ଓ ଅନ୍ୟମାନେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories