BJD Bijuli 480×75 Mob

ଏବେ ଅନ୍‌ଲାଇନ୍‌ ମିଡିଆ ଉପରେ ଇରାନୀଙ୍କ ଆଖି

BJD Bijuli 480×75 Mob
0

ଏଣିକି ନୁ୍ୟଜ୍‌ ପୋର୍ଟାଲ୍‌ ବା ଅନ୍‌ଲାଇନ୍‌ ମିଡିଆ ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଚିନ୍ତା କରୁଥିବା ସୂଚନା ମିଳିଛି । ଏଥିପୂର୍ବରୁ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ମୁଦ୍ରିତ କିମ୍ବା ପ୍ରସାରିତ ଖବର ଭୁଲ୍‌ ଥିବା ଜଣାପଡ଼ିଲେ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଘୋଷଣା କରିଥିଲେ । ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚିତ ଓ ବିରୋଧର ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ମନ୍ତ୍ରାଳୟ କଟକଣାକୁ ପ୍ରତ୍ୟାହାର କରି ନେଇଥିଲା । ଏହାର ଦିନକ ପରେ ଅନ୍‌ଲାଇନ୍‌ ମିଡିଆରେ ନିୟାମକ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରାଳୟ ଯୋଜନା କରୁଛି । ଏଥିପାଇଁ ସୂଚନା ଓ ପ୍ରସାରଣ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ କରାଯାଇଛି । କିମିଟିର ସୁପାରିସ ଆଧାରରେ ନିୟାମକ ଲାଗୁ ହେବ । ଏହି କମିଟିରେ ସ୍ୱରାଷ୍ଟ୍ର, ଆଇଟି, ବିଧି ଓ ଶିଳ୍ପ ନୀତି ଓ ବିକାଶ ବିଭାଗ ସଚିବଙ୍କ ସମେତ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ନୁ୍ୟଜ୍‌ ବ୍ରଡ୍‌ାକଷ୍ଟର ଆସୋସିଏସନ୍‌, ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟର ଫେଡେରେସନ୍‌ର ସଦସ୍ୟ ରହିବେ । ନୁ୍ୟଜ୍‌ପୋର୍ଟାଲ୍‌ ସହିତ ଅନ୍ୟାନ୍ୟ ଗଣମାଧ୍ୟମ ସମ୍ପର୍କିତ ବିଭିନ୍ନ ଦିଗକୁ କମିଟି ତର୍ଜମା କରି ନୀତି ନିର୍ଦ୍ଧାରଣ କରିବେ । ମୁଦ୍ରଣ ଗଣମାଧ୍ୟମ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଓ ବୈଦୁ୍ୟତିକ ଗଣମାଧ୍ୟମ ପ୍ରୋଗ୍ରାମ୍‌ ଆଣ୍ଡ ଆଡ୍‌ଭର୍ଟାଇଜ୍‌ମେଣ୍ଟ କୋଡ୍‌ ଦ୍ୱାରା ନିୟନ୍ତ୍ରିତ ହେଉଥିବା ବେଳେ ନୁ୍ୟଜ୍‌ ପୋର୍ଟାଲ୍‌ ପାଇଁ କୌଣସି ନିୟାମକ ଗଠନ କରାଯାଇନାହିଁ କି ସର୍ତ୍ତ କିମ୍ବା କଟକଣା ଲାଗୁ କରାଯାଇନାହିଁ । ତେଣୁ ଖୁବ୍‌ ଶୀଘ୍ର ନୁ୍ୟଜ୍‌ପୋର୍ଟାଲ୍‌ ନିୟାମକ ଗଠନ ପାଇଁ ଯୋଜନା ହେଉଥିବା କୁହାଯାଉଛି ।

Leave A Reply