୮୨ ମେଡିକାଲ କଲେଜରେ ନାମଲେଖା ବନ୍ଦ

0

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ୮୨ଟି ମେଡିକାଲ୍‍ କଲେଜରେ ୨୦୧୮- ୧୯ ଶିକ୍ଷାବର୍ଷପାଇଁ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ଉପରେ କଟକଣା ଜାରି କରିଛି। ଭାରତୀୟ ଡାକ୍ତରୀ ପରିଷଦ ଏମ୍‍ସିଆଇର ସୁପାରିସ୍‍କୁ ଭିତ୍ତିକରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି କଲେଜଗୁଡ଼ିକରେ ନାମଲେଖା  ଉପରେ ନିଷେଦ୍ଧାଦେଶ ଜାରି କରିଛି। ସେହିସବୁ କଲେଜରେ ଆବଶ୍ୟକୀୟ ଭିତ୍ତିଭୂମି, ଅଧ୍ୟାପକ ଓ ସମ୍ବଳ ଅଭାବ ଥିବା ଦର୍ଶାଇ ଏମ୍‍ସିଆଇ ଏହି ସୁପାରିସ କରିଥିଲା। ଏମ୍‍ସିଆଇ ଦଳ ପକ୍ଷରୁ ସେହିସବୁ କଲେଜ ଗୁଡ଼ିକର ଭିତ୍ତିଭୂମି ଅନୂଧ୍ୟାନ କରାଯାଇଥିଲା।

ତେବେ ସରକାରୀ ଭାବେ କୁହାଯାଇଛି ଯେ, ୮୨ଟି ମେଡିକାଲ୍‍ କଲେଜରେ ନାମଲେଖା ବନ୍ଦ କରାଯିବା ଦ୍ୱାରା ମୋଟ ୬୪ ହଜାର ଏମ୍‍ବିବିଏସ୍‍ ସିଟ୍‍ ମଧ୍ୟରୁ ୧୦ ହଜାର ସିଟ୍‍ରେ ନାମଲେଖା ହୋଇପାରିବ ନାହିଁ। ଏହି ୮୨ଟି ମେଡିକାଲ୍‍ କଲେଜ ମଧ୍ୟରୁ ୭୦ଟି ବେସରକାରୀ ଓ ୧୨ଟି ସରକାରୀ ମେଡିକାଲ୍‍ କଲେଜ ରହିଛି।

Leave A Reply