୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ହତ୍ୟା !

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରେ ବୁଧବାକ ଏକ ଅମାନବୀୟ ଘଟଣା ଘଟିିଛି। । ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପଡ଼ୋଶୀଙ୍କ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକକୁ ପଡ଼ୋଶୀ ମହିଳା, ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ଉକ୍ତ ମହିଳା ଜଣକ ନାବାଳକକୁ ପିଟିଥିବା ସ୍ବୀକାର କରିଥିଲେ ମଧ୍ୟ କେମିତି ନାବାଳକଙ୍କ ମୃତ୍ୟୁ ହେଲା ସେ ଜାଣି ନ ଥିବା କହିଛନ୍ତି। ପାରିପାର୍ଶିକ ସ୍ଥିତିରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି।

 

Comments are closed.