ଆଇପିଏଲରେ ଭାରତୀୟ ଖେଳାଳିଙ୍କୁ ମିଳିବ ଅଧିକ ୧ କୋଟି ୫ ଲକ୍ଷ ଟଙ୍କା
ଡେସ୍କ: ଆଇପିଏଲରେ ଏଣିକି ଯେଉଁ ଭାରତୀୟ ଖେଳାଳି ଚୁକ୍ତିବଦ୍ଧ ହେବେ, ସେମାନଙ୍କୁ ପ୍ରତି ମ୍ୟାଚ୍ ପିଛା ୭.୫ ଲକ୍ଷ ଟଙ୍କାର ମ୍ୟାଚ୍ ଫି’ ମିଳିବ। ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହା ଏହି ବିଷୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଭାରତୀୟ କ୍ରିକେଟରମାନଙ୍କ ଉନ୍ନତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଶାହା କହିଛନ୍ତି, ଗୋଟିଏ ସିଜନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳୁଥିବା ଜଣେ କ୍ରିକେଟରଙ୍କୁ ତାଙ୍କ ଚୁକ୍ତି ରାଶି ବ୍ୟତୀତ ୧ କୋଟି ୫ ଲକ୍ଷ ଟଙ୍କା ମିଳିବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି’ ବାବଦରେ ୧୨.୬୦ କୋଟି ଟଙ୍କା ଆବଣ୍ଟନ କରିବେ। ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି ଜୟ ଶାହା କହିଛନ୍ତି।
<blockquote class=”twitter-tweet”><p lang=”en” dir=”ltr”>In a historic move to celebrate consistency and champion outstanding performances in the <a href=”https://twitter.com/hashtag/IPL?src=hash&ref_src=twsrc%5Etfw”>#IPL</a>, we are thrilled to introduce a match fee of INR 7.5 lakhs per game for our cricketers! A cricketer playing all league matches in a season will get Rs. 1.05 crores in addition to his…</p>— Jay Shah (@JayShah) <a href=”https://twitter.com/JayShah/status/1840027111530328372?ref_src=twsrc%5Etfw”>September 28, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>
Comments are closed.