www.samajalive.in
Monday, December 15, 2025
24.1 C
Bhubaneswar

ଆଖଣ୍ଡଳମଣିଙ୍କ ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ଜିଲା ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ଆରଡି : ଦୀର୍ଘବର୍ଷ ପରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ। ଏଥିପାଇଁ ଗୁରୁବାର ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସଙ୍କ ସହ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାର, ବିଡିଓ ଜ୍ୟୋତିପ୍ରକାଶ ଦାସ, ଆରଡି ରାଜସ୍ୱ ଅଧିକାରୀ ଦେବାଷିଶ ରାୟ, ବ୍ଲକଯନ୍ତ୍ରୀ ପ୍ରଭାତ ବେହେରା, ଜିଲା ଜଳପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରମୁଖ ଆରଡି ପୀଠରେ ପହଁଚିବା ପରେ ପ୍ରଥମେ ମନ୍ଦିର ମଧ୍ୟରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମାଷ୍ଟରପ୍ଲାନ ପାଇଁ ଉଚ୍ଛେଦ ହେଉଥିବା ସ୍ଥାନ ବୁଲି ଦେଖିଥିଲେ। ପୂର୍ବ ପ୍ରସ୍ତୁତ ଅନୁଯାୟୀ ମଣିବାବାଙ୍କ ମନ୍ଦିର ଚତୁଃପାର୍ଶ୍ବ ଠାରୁ ୬୫ଫୁଟ ହଟିବାକୁ ଥିବା ଜନବସତି ସହ ବଜାର ବୁଲି ଦେଖିଥିଲେ ଜିଲାପାଳ ଓ ଅନ୍ୟାନ ଅଧିକାରୀ। ଏପରିକି ବ୍ଲକ ଯନ୍ତ୍ରୀ ଓ ଆର.ଆଇଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟ ଦେଖିଥିଲେ ଜିଲାପାଳ। ବିଶେଷକରି ମଣିବାବାଙ୍କ ମନ୍ଦିରର ବ୍ୟବହୃତ ପାଣିର ନିଷ୍କାସନ ପାଇଁ ସ୍ୱତନ୍ତ୍ର ଡ୍ରେନେଜ ନିର୍ମାଣ ସହିତ  ଶ୍ରାବଣୀ ମଣ୍ଡପ, ଯଜ୍ଞ ମଣ୍ଡପ ନିର୍ମାଣ, ମନ୍ଦିର ମୁଖ୍ୟ ଦ୍ୱାର ସହ ୪ଟି ଦ୍ୱାରର ମରାମତି ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ। ସେହିପରି ପୀଠରେ ପାନୀୟଜଳ, ପରିମଳ ବ୍ୟବସ୍ଥା ଯେପରି ସଦାସର୍ବଦା ଲୋକମାନେ ପାଇପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୀଠରେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ଗାଡିପାର୍କିଂ, ସମସ୍ତ ରାସ୍ତାର ନୂଆରୂପରେଖା ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପାଇଁ ପାଖାପାଖି ୨୫କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀ ସାମଲ କହିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories