www.samajalive.in
Monday, December 8, 2025
14.1 C
Bhubaneswar

୨୦୨୨ରେ ମହିଳା ଏସିଆ କପ୍‌ ଫୁଟବଲ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଆସନ୍ତା ବର୍ଷ ୨୦୨୨ରେ ମହିଳା ଏସିଆ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିବ। ଏହି ଟୁର୍ନାମେଣ୍ଟ ଜାନୁୟାରୀ ୨୦ରୁ ଫେବୃୟାରୀ ମଧ୍ୟରେ ଅନୁଷ୍ଠିତ ହେବ। ଏସିଆ ଫୁଟବଲ ମହାସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଟୁର୍ନାମେଣ୍ଟରେ ୧୨ଟି ଟିମ୍‌ ଅଂଶଗ୍ରହଣ କରିବେ। ଟିମ୍‌ଗୁଡ଼ିକୁ ୪ଟି ଗ୍ରୁପରେ ଭାଗ କରାଯିବ ଏବଂ ୧୮ ଦିନ ମଧ୍ୟରେ ୨୫ଟି ମ୍ୟାଚ ଅନୁଷ୍ଠିତ ହେବ।

ଏହି ଟୁର୍ନାମେଣ୍ଟ ୨୦୨୩ ଫିଫା ମହିଳା ବିଶ୍ବକପର ଯୋଗ୍ୟତା ଟୁର୍ନାମେଣ୍ଟ ହେବ। ମହିଳା ବିଶ୍ବକପରେ ୩୨ଟି ଟିମ୍‌ ଭାଗନେବେ, ଯେଉଁଥିରେ ସହ-ଆୟୋଜକ ଅଷ୍ଟ୍ରେଲିଆ ଟିମ୍‌ ସହିତ ୫ଟି ଏସୀୟ ଟିମ୍‌ ରହିବେ। ଏଏଫସି ମହିଳା ଏସିଆ କପ୍‌ ୨୦୨୨ର ଯୋଗ୍ୟତା ପର୍ଯ୍ୟାୟ ୨୦୨୨ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଗତ ଥରର ସର୍ବୋଚ୍ଚ ରାଙ୍କିଂ ପ୍ରାପ୍ତ ଟିମ୍‌ ଜାପାନ, ଅଷ୍ଟ୍ରେଲିଆ ଏବଂ ଚୀନ ବ୍ୟତୀତ ଭାରତକୁ ଆୟୋଜକ ଭାବେ ସ୍ବତଃ ପ୍ରବେଶ ମିଳିଛି।

- Advertisement -

ଏଏଫସି ମହାସଚିବ ଡାଟୋ ୱଣ୍ଡସର ଜନ କହିଛନ୍ତି, ଭାରତରେ ଗତ କିଛି ବର୍ଷ ଧରି ଫୁଟ୍‌ବଲର ଅନେକ ବିକାଶ ହୋଇଛି। ଭାରତୀୟ ପୁଟ୍‌ବଲ୍‌ର ସୁନ୍ଦର ଯାତ୍ରାରେ ଏଏଫସି ମହିଳା ଏସିଆ କପ୍‌ ଏକ ବଡ଼ ପଦକ୍ଷେପ ହେବ ବୋଲି ମୋର ବିଶ୍ବାସ ରହିଛି। ଏଥିରୁ ଆଗାମୀ ପିଢ଼ିର ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ମିଳିବ। ଆଗାମୀ ବର୍ଷ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବ କପ୍‌ ଟୁର୍ନାମେଣ୍ଟ ମଧ୍ୟ ଭାରତରେ ଆୟୋଜନ ହେବ।

ଅଖିଳ ଭାରତୀୟ ଫୁଟବଲ ମହାସଂଘ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ଏଏଫସି ମହିଳା ଏସିଆ କପ୍‌ରୁ ଚଳିତବର୍ଷର ଫୁଟବଲ ଅଧିବେଶନ ଆରମ୍ଭ ହେବ ଏବଂ ଏହା ଭାରତୀୟ ମହିଳା ଫୁଟବଲ ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ। ଏବେ ଭାରତରେ ଦୁଇଟି ବଡ଼ ଟୁର୍ନାମେଣ୍ଟ ଖେଳାଯିବାର ଅଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories