ବିବାହ ବେଦୀରେ ଭିଣୋଇକୁ ଚାପୁଡା ମାରିଲା ନବ ବଧୂ , ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ
ଏବେ ନାରୀ ଆଉ ଅବଳା ଦୁର୍ବଳା ନୁହନ୍ତି । ବିଭିନ୍ନ ଶାରୀରିକ ଓ ମାନସିକ ଉତ୍ପୀଡନରେ ଏମାନେ ଜବାବ ଦେଉଛନ୍ତି । ଏବେ ସୋସିଆଲ୍ ମିଡିଆରେ ଏକ ନବ ବଧୂ ଜଣେ ପୁରୁଷକୁ ଚାପୁଡା ମାରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଛି । ନବ ବଧୂଙ୍କ ଭାବି ସ୍ୱାମୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଉପରକୁ ଉଠାଇ ଧରିଥିଲେ । ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଉଥିଲା । ଏହି କାରଣରୁ ନବ ବଧୂ ସ୍ୱାମୀଙ୍କ ବେକରେ ଫୁଲମାଳ ପିନ୍ଧାଇ ପାରୁ ନ ଥିଲେ । ଏହାପରେ ଜଣେ ସମ୍ପର୍କୀୟ ଭିଣୋଇ ନବ ବଧୂଙ୍କୁ ଉପରକୁ ଉଠାଇ ଧରିଥିଲେ । ମାତ୍ର ନବ ବଧୂ ବିନା ଅନୁମତିକେ କାହିଁକି ଏପରି କାର୍ଯ୍ୟ କଲେ ତାକୁ ବିରୋଧ କରିବା ସହ ପୁରୁଷ ଜଣଙ୍କୁ ଏକ ଚାପୁଡା କଷି ଦେଇଥିଲେ । ଏହାପରେ ପୁରୁଷ ଜଣଙ୍କ ତାଙ୍କୁ ଡାକିଥିବା ମହିଳାଙ୍କୁ ଛାଡି ନ ଥିଲେ । ସେଠାରୁ ରାଗ ତମ ତମ ଅବସ୍ଥାରେ ସେ ପଳାଇ ଯାଇଥିଲେ ।