www.samajalive.in
Monday, December 15, 2025
24.1 C
Bhubaneswar

କାନ୍ଦିଲେ ମେରୀ କମ୍‌, ବିଚାରକଙ୍କୁ ଦୋଷଦେଲେ

ଟୋକିଓ: ୬ଥର ବିଶ୍ବ ଚମ୍ପିଆନ ତଥା ଲଣ୍ଡନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତୀୟ ମୁଷ୍ଟିଯୋଦ୍ଧା ମେରୀ କମ୍‌ଙ୍କ ଟୋକିଓ ଅଲିମ୍ପିକ୍‌ସ ଅଭିଯାନରେ ପୂର୍ଣ୍ଣଛେଦ ପଡ଼ିଛି। ମେରୀ କମ୍‌ଙ୍କଠାରୁ ଭାରତ ପଦକ ଆଶା କରିଥିବା ବେଳେ ସେ ୫୧ କିଗ୍ରାର ପ୍ରିକ୍ବାର୍ଟରଫାଇନାଲରେ କଲମ୍ବିଆ ପ୍ରତିଯୋଗୀ ଇଙ୍ଗ୍ରିଟ୍‌ ଭାଲେଁସିଆଙ୍କ ନିକଟରୁ ପରାଜିତ ହୋଇଛନ୍ତି। ମ୍ୟାଚ ହାରିବା ପରେ ମେରୀ କମ୍‌ ରିଙ୍ଗ ଭିତରେ ଖେଳୁଆଡ ମନୋଭାବ ଦେଖାଇ ଇଙ୍ଗ୍ରିଟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ହେଲେ ଉକ୍ତ ପରାଜୟ ମେରୀ କମ୍‌ଙ୍କୁ ବହୁତ କଷ୍ଟ ଦେଇଥିଲା। ସେ ରିଙ୍ଗ ବାହାରକୁ ଆସିବା ପରେ କାନ୍ଦି ପକାଇଥିଲେ। ପରାଜୟ ପାଇଁ ବିଚାରକଙ୍କ ଭୂଲ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ମୁଁ ବିଜୟୀ ହୋଇଥିଲି। କିନ୍ତୁ ବିଚାରକଙ୍କ ନିଷ୍ପତ୍ତି ପାଇଁ ମୁଁ ଇଙ୍ଗ୍ରିଟଙ୍କ ନିକଟରୁ ପରାଜିତ ହୋଇଛି ବୋଲି ମେରୀ କମ୍‌ କହିଛନ୍ତି। ମୁକାବିଲା ଶେଷରେ ଦୁଇଜଣ ବିଚାରକ ଇଙ୍ଗ୍ରିଟଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିବା ବେଳେ ଦୁଇଜଣ ମେରୀ କମ୍‌ ବିଜୟୀ ବୋଲି କହିଥିଲେ।

ବିଧିବଦ୍ଧ ଫଳ ଘୋଷଣା ହେବା ପୂର୍ବରୁ ବିଜୟୀ ହୋଇଛି ବୋଲି ଦୁଇଜଣ ବିଚାରକ କହିବା ପରେ ରିଙ୍ଗ ଭିତରେ ମଧ୍ୟ ହାତ ଉଠାଇଥିଲି ବୋଲି ମେରୀ କମ୍‌ କହିଛନ୍ତି। ପୂର୍ବତନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଥିବା କିରେନ୍‌ ରିଜିଜୁ ମଧ୍ୟ ବିଚାରକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ମେରୀ କମ୍‌ ଏହି ଲଢେଇରେ ନିଶ୍ଚିତ ଭାବେ ବିଜୟିନୀ ଥିଲେ। ଟ୍ବିଟର ପୃଷ୍ଠାରେ ମନ୍ତ୍ରୀ ଲେଖିଛନ୍ତି, ପ୍ରିୟ ମେରୀ କମ୍‌ ତୁମେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ପରାସ୍ତ ହୋଇଛ। ହେଲେ ତୁମେ ସର୍ବଦା ଜଣେ ଚମ୍ପିଆନ। ତୁମେ ଯାହା ହାସଲ କରିପାରିଛ; ବିଶ୍ବର ​କୌଣସି ମହିଳା ମୁଷ୍ଟିଯୋଦ୍ଧା ତାହା ହାସଲ କରିନାହାନ୍ତି। ତୁମେ ଜଣେ କିମ୍ବଦନ୍ତୀ। ଭାରତ ତୁମ ପାଇଁ ଗର୍ବ କରେ। ବକ୍ସିଂ ଏବଂ ଅଲିମ୍ପିକ୍‌ସ ତୁମକୁ ସର୍ବଦା ଝୁରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories