www.samajalive.in
Monday, December 15, 2025
24.1 C
Bhubaneswar

ସେଣ୍ଟ୍ରାଲ ବ୍ୟାଙ୍କର ନିଟ୍‍ ଲାଭ ୨୦୬ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ଜୁନ ସୁଦ୍ଧା ଶେଷ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୦୬ କୋଟି ଟଙ୍କା ଲାଭ ଉପାର୍ଜନ କରିଛି। ଏହା ତାହାର ପୂର୍ବବର୍ଷ ସେହି ସମୟରେ ବ୍ୟାଙ୍କର ହୋଇଥିବା ଲାଭ ପରିମାଣ ୧୩୫ କୋଟି ଟଙ୍କା ତୁଳନାରେ ୫୩% ଅଧିକ। ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ବ୍ୟାଙ୍କର ପରିଚାଳନାଗତ ଲାଭ ୬୮୮ କୋଟି ଟଙ୍କା ହୋଇଥିବାବେଳେ ଜୁନ୍‍ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ତାହା ୧୧୭୯ କୋଟି ଟଙ୍କା ହୋଇଛି। ଏଥିରେ ୭୧.୩୭% ବୃଦ୍ଧି ଘଟିଛି। ଆଲୋଚ୍ୟ ତିନ ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୨୯୨୧.୪୩ କୋଟି ଟଙ୍କାକୁ ବୃଦ୍ଧିପାଇଛି, ଯାହା ପୂର୍ବବର୍ଷ ସେହି ସମୟରେ ୧୮୬୬୦.୫୦ କୋଟି ଟଙ୍କା ଥିଲା।

ବ୍ୟାଙ୍କର ଡିଜିଟାଲ ଦେଣନେଣ ଚଳିତ ବର୍ଷ ଜୁନ ସୁଦ୍ଧା ଶେଷ ହୋଇଥିବା ଏକବର୍ଷ ଅବଧି ମଧ୍ୟରେ ୭୦.୭୯%ରୁ ୭୮.୩୯%କୁ ବୃଦ୍ଧିପାଇଛି। ବ୍ୟାଙ୍କର ସମଗ୍ର ଦେଶରେ ୪୫୯୪ ଶାଖା ଜରିଆରେ ଉପସ୍ଥିତି ରହିଛି ଏବଂ ସେଥିମଧ୍ୟରୁ ୨୯୩୬ ଶାଖା ଗ୍ରାମାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳରେ ରହିଛି। ଏଥିସହିତ ଜୁନ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ୩୪୨୭ଟି ଏଟିଏମ ଏବଂ ୭୦୧୮ ବିସି ପଏଣ୍ଟ ରହିଥିଲା। ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ବ୍ୟାଙ୍କର ମୋଟ ବ୍ୟବସାୟ ପରିମାଣ ୫୦୬୭୧୨ କୋଟି ଟଙ୍କା ଥିବାବେଳେ ସେଥିରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୧.୮୦% ଅଭିବୃଦ୍ଧି ଘଟିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories