ଲାଞ୍ଜିଗଡ଼ : ମଦନପୁର-ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମଙ୍ଗଳବାର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ବୁଧବାର ଲାଞ୍ଜିଗଡ ବ୍ଲକ କାନକୁଟୁରୁ ପଞ୍ଚାୟତରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସେମାନେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିସ୍ତାପନ ବନ୍ଦ କର, କୋଇଲା ଓ ଖଣିଖନନ ପାଇଁ ବହୁଦେଶୀୟ କମ୍ପାନୀକୁ ଦିଆଯାଉଥିବା ଲିଜକୁ ବାତିଲ କରାଯାଉ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ଏଇ ପୋଷ୍ଟରରେ ଉଲ୍ଲେଖ ରହିଛି।
Comments are closed.