www.samajalive.in
Tuesday, December 9, 2025
19.1 C
Bhubaneswar

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଛନ୍ତି ମାଓବାଦୀ ସମର୍ଥକ: ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମାଓବାଦୀଙ୍କ ସମର୍ଥକମାନେ ସିପିଆଇ (ମାଓବାଦୀ) ଏବଂ ଜାମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୭ ଡିସେମ୍ବରରେ ଘଟିଥିବା ଭୀମ କୋରେଗାଓଁ ହିଂସା ଘଟଣାର ତଦନ୍ତ ବେଳେ ମହାରାଷ୍ଟ୍ର ପୁଲିସ ଦ୍ୱାରା ଜବତ ଚିଠି ଏବଂ କାଶ୍ମୀରରୁ ମିଳିଥିବା ବିଭିନ୍ନ ସୂଚନାକୁ ଭିତ୍ତିକରି ଗୁଇନ୍ଦା ବିଭାଗ ଏହି ତଥ୍ୟ ପ୍ରଦାନ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ସହରାଞ୍ଚଳରେ ଥିବା ମାଓବାଦୀ ସମର୍ଥକମାନେ ବିଚ୍ଛିନ୍ନତାବାଦୀ ତଥା ଆତଙ୍କବାଦୀ ସଂଗଠନଗୁଡିକୁ ସିଧାସଳଖ ସମର୍ଥନ ଦେବା ସହ ପାଣ୍ଠି ଯୋଗାଉଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି। ୨୦୧୮ ମେ’ରେ ୧୫ ଜଣ ପ୍ରମୁଖ ମାଓବାଦୀ ସମର୍ଥକ ଉତ୍ତର ଏବଂ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ, ବଡ଼ଗାମ, ବାରମୁଲା, କୁପୱାରା ଏବଂ ସୋପିଆନର ବିଭିନ୍ନ ସ୍ଥାନକୁ ଗୁପ୍ତରେ ଗସ୍ତ କରିଥିଲେ। ବିଭିନ୍ନ କୋର୍ଟରେ ବିଚାର ଅପେକ୍ଷାରେ ପଡିଥିବା ଆତଙ୍କବାଦ ସମ୍ବନ୍ଧୀୟ ବହୁ ମାମଲା ସମ୍ବନ୍ଧରେ ସେମାନେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଥିବା ନେଇ ଏକ ବଳିଷ୍ଠ ମାମଲା ରୁଜୁ କରିବା ନିମିତ୍ତ ସେମାନେ ରାଜ୍ୟରେ ହୋଇଥିବା ଏନକାଉଣ୍ଟର ମାମଲାଗୁଡିକ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ରାଜ୍ୟ ତଥା କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories