www.samajalive.in
Sunday, December 7, 2025
13.1 C
Bhubaneswar

ଅନ୍ଧ ବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ମଣିଷ ସମାଜ, ଗୁଣି ଗାରେଡିର ଦୋଷୀ ଧରିବାକୁ ଏକତ୍ରୀତ ହେଲେ ଶହଶହ ଲୋକ

କଣ୍ଟାମାଳ : ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ୱେ ଅନ୍ଧ ବିଶ୍ୱାସର ଅନ୍ଧଗଳିରୁ ମଣିଷ ସମାଜ ମୁକୁଳି ପାରୁନାହିଁ। ଆଜି ଏକ ଗୁଣିଗାରେଡି ସନ୍ଦେହରେ କଣ୍ଟାମାଳ ଥାନା ଅନ୍ତର୍ଗତ ଶ୍ରୀମାଲ ନିକଟ ତେଲ ନଦୀ ଉରଧର ଘାଟରେ ପୂଜାର୍ଚ୍ଚନା ଏବଂ ନଦୀର ଗଣ୍ଡରେ ବୁଡିବା ପାଇଁ ଚାଲିଥିବା ଏକ ଅଭାବନୀୟ ଘଟଣାରେ ବିଭିନ୍ନ ଗାଁରୁ ଶହ ଶହ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଘଣ୍ଟାପଡା ନିକ ରେକଡୋଲ ଗାଁରେ ଗୁଣିଗାରେଡିକୁ ନେଇ ଦୁଇଟି ପରିବାର ମଧ୍ୟରେ ରହିଥିବା ତିକ୍ତତା ପାଇଁ ଆଜି ଦୁଇ ଜଣଙ୍କୁ ଆଣି ଏହି ଘାଟରେ ପୂଜାର୍ଚ୍ଚନା କରାଯାଇ ତେଲନଦୀର ଗଭୀର ଗଣ୍ଡରେ ବୁଡା ଯାଇଥିଲା। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ପ୍ରକାରେ ଯେ ଦୀର୍ଘ ସମୟ ଧରି ପାଣି ଭିତରେ ବୁଡି ରହୁଛି ସେ ନିର୍ଦ୍ଦୋଶ ଏବଂ ଯିଏ ବୁଡି ରହି ପାରିନଥାଏ ସେ ଦୋଷୀ ବୋଲି କୁହାଯାଇ ଥାଏ। କୌଣସି ଅପରାଧୀକ ଘଟଣାରେ ଲୋକେ ପୋଲିସର ଦ୍ୱାରସ୍ଥ ନହୋଇ ଉରଧରରେ ବୁଡାଇବା ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଇଛି।

ବର୍ତ୍ତମାନର କୋଭିଡ କଟକଣା ଏବଂ ସାପ୍ତାହିକ ସଟ ଡାଉନକୁ ବେଖାତିର କରି ଏଭଳି ଭାବେ ଶହ ଶହ ଲୋକଙ୍କ ଏକତ୍ରୀକରଣ କୌଣସି ଖବର ପ୍ରଶାସନ ପାଖରେ ନଥିଲା ଫଳରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ତେଲ ନଦୀ ଉରଧର ଘାଟ ଲୋକାରଣ୍ୟ ହୋଇ ପଡିଥିଲା। ସମସ୍ତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଯଦ୍ୱାରା ଲୋକେ ଭୟରେ ଏଣେ ତେଣେ ଦୌଡି ପଳାଇଥିଲେ। କିଛି ଦିନ ପୂର୍ବରୁ ଉମା ଗାଁ ସରକାରୀ ବନ୍ଧରେ ଶହ ଶହ ପୁରୁଷ, ମହିଳା, ଯୁବକଙ୍କ ମାଛମରା ଚର୍ଚ୍ଚା ଏଯାବତ ଥମି ନଥିବା ବେଳେ ଆଜିର ଏହି ଘଟଣା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିବାର କୌଣସି ସୂଚନା ପ୍ରଶାସନ କି ପୋଲିସ ପାଖରେ ନଥିବା ଏବଂ ଲୋକଙ୍କ କରୋନା କଟକଣାକୁ ବେଖାତିର କରିବା ଆଦୌ ଶୁଭ ସୂଚନା ନୁହଁ ବୋଲି ସାଧାରଣରେ ଆଲୋଚନା ହେଉଥିଲେ ହେଁ ପ୍ରଶାସନିକ ଅବହେଳାକୁ ସବୁ ସ୍ତରରେ ଦାୟୀ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories