ତିଗିରିଆ : ତିଗିରିଆ ବ୍ଲକରେ ମିଲେଟ ମିଶନ ଜରିଆରେ ମାଣ୍ଡିଆ ଚାଷ ସମ୍ପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶନିବାର ସ୍ଥାନୀୟ କୃଷକ ଭବନ ଠାରେ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୨୫ ଜଣ ଅଗ୍ରଣୀ ଚାଷୀ ଏବଂ କୃଷି ସିଆରପିମାନଙ୍କୁ ଜୈବିକ ପଦ୍ଧତିରେ କିଭଳି ମାଣ୍ଡିଆ ଚାଷ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମିଲେଟ ମିଶନର ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ଦାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ତିଗିରିଆ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଥିବା ଜଣାପଡିଛି। ସେହିଭଳି ଶନିବାର ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ଚାଷ ସମ୍ପର୍କିତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
Related Posts
Comments are closed.