nua o banner

ମନ୍‌ କୀ ବାତ୍‌; ସୁରକ୍ଷାମୂଳକ ସ୍ୱାସ୍ଥ୍ୟସେବା ଉପରେ ମୋଦିଙ୍କ ଗୁରୁତ୍ୱାରୋପ

BSKY banner  750×100
0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓରେ ପ୍ରସାରିତ ମାସିକ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ମାଧ୍ୟମରେ ସୁରକ୍ଷାମୂଳକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋଦି କହିଛନ୍ତି, ଏଭଳି ସ୍ୱାସ୍ଥ୍ୟ ସେବା ଖୁବ୍‌ ଶସ୍ତା ଏବଂ ସହଜରେ ଉପଲବ୍ଧ। ଏହା ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କ ପରିବାର ତଥା ସମାଜ ପାଇଁ ମଧ୍ୟ ଲାଭଦାୟକ ହେବ। ଏଥିସହିତ ସୁସ୍ଥ ଜୀବନଧାରଣ ଲାଗି ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଦେଶ ସ୍ୱଚ୍ଛ ହେଲେ ସୁସ୍ଥ ଭାରତ ଗଠନ ହୋଇପାରିବ ବୋଲି ଦର୍ଶାଇ ସେ କହିଛନ୍ତି, ଦେଶବାସୀ ଏ ଦିଗରେ ଉତ୍ସାହପୂର୍ବକ ଆଗେଇ ଚାଲିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କ ଉପରେ ରହିଥିଲା। ବର୍ତ୍ତମାନ ପ୍ରତ୍ୟେକ ବିଭାଗ ଏବଂ ରାଜ୍ୟ ସରକାର ମିଳିତ ଭାବେ ସୁସ୍ଥ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି। ତେବେ ‘ଯୋଗ’ ସୁରକ୍ଷାମୂଳକ ସ୍ୱାସ୍ଥ୍ୟସେବାର ଏକ ସ୍ୱରୂପ ବୋଲି ଦର୍ଶାଇବା ସହିତ ନିୟମିତ ଯୋଗ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଯୋଗ ଦିବସ ଜୁନ୍‌ ୨୧ରେ ପାଳିତ ହେବାକୁ ଯାଉଛି। ଏଥିପ୍ରତି ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ଏବେଠାରୁ ଉଦ୍ୟମ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୩,୦୦୦ଟି ‘ଜନ ଔଷଧି କେନ୍ଦ୍ର’ ଖୋଲାସରିଛି। ଆଗାମୀ ଦିନରେ ଅଧିକ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply